Fri. Jun 12th, 2026

ସକାଳୁ ସକାଳୁ ମୋଦିଙ୍କୁ ଜନ୍ମଦିନରେ ଏମିତି କହିଲେ ମମତା

255 Views

ନୂଆଦିଲ୍ଲୀ  :  ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ମୋଦିଙ୍କ ଜନ୍ମଦିନ ପାଇଁ ଦଳମତ ନିର୍ବିଶେଷରେ ପ୍ରାୟ ଅଧିକାଂଶ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ମୋଦିଙ୍କୁ ପ୍ରତିକଥାରେ ସମାଲୋଚନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସକାଳ ୮ଟା ବେଳେ ମମତା ଟ୍ୱିଟ କରି ବେଙ୍ଗଲୀ ଭାଷାରେ ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ବୋଲି କହିଛନ୍ତି।
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ଆଜି ମମତା ବାନାର୍ଜୀ ଦିଲ୍ଲୀ ଆସିବେ। ଆସନ୍ତାକାଲି ଅପରାହ୍ଣ ୪.୩୦ରେ ପଶ୍ଚିମବଙ୍ଗର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବେ।

Mamata Banerjee

@MamataOfficial

Birthday greetings to Prime Minister @narendramodi ji

প্রধানমন্ত্রী নরেন্দ্র মোদিজী কে জন্মদিনের শুভেচ্ছা

By amfnews

Related Post