Fri. Jun 12th, 2026

ଆଜି ବିଶ୍ୱକର୍ମା ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

283 Views

ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ। କଳସ ବୁଡ଼ା ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୁରୁଖୁରରେ ପୂଜା ସଂପନ୍ନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନ୍‌ର  ତୋରଣ ଏବଂ ରଙ୍ଗୀନ୍ ଆଲୋକମାଳାରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ଡାଲ। ଅନୁଗୋଳ, ରାଉରକେଲା ଏବଂ ବନ୍ଦର ନଗରୀ ପାରାଦୀପରେ ଧୁମାଧାମରେ ପାଳିତ ହେବ ଏହି ପୂଜା।

ଦୂରଦୂରାନ୍ତରୁ ଆସିଥିବା ବ୍ୟବସାୟୀ ପାରାଦ୍ୱୀପ ସହରରେ ଫୁଟପାଥରେ ପସରା ମେଲାଇ ଦେଲେଣି। ସେହିପରି ଅନୁଗୋଳ ନାଲକୋ ନଗରରେ ଚଳିତବର୍ଷ ୨୩ଟି ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି। ଅନୁଗୋଳରେ ମାହେସ୍ମତୀ ପ୍ୟାଲେସ୍, ପ୍ରକୃତିପ୍ରେମୀ ତୋରଣ ସହ ରାଜପ୍ରସାଦ ଡିଜାଇନ୍ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।

ସେହିପରି ରାଉରକେଲାରେ ଛେଣ୍ଡ, ବାସନ୍ତୀ କଲୋନୀ, ସିଭିଲ ଟାଉନସିପ୍ , ଉଦିତ୍ ନଗର କୋଏଲ ନଗର ଷ୍ଟିଲପ୍ଲାଣ୍ଟ ଏବଂ ବନ୍ଧମୁଣ୍ଡା ଆଦି ୪୦ଟିରୁ ଅଧିକ ସ୍ଥାନରେ ବିଶ୍ୱ ବିନ୍ଧାଣୀଙ୍କ ଆବାହନ ପାଇଁ ଆୟୋଜନ କରାଯାଇଛି।

By amfnews

Related Post