Thu. May 14th, 2026

‘ଷ୍ଟେମ୍‌ ସେଲ୍‌’ ପ୍ରତିରୋପଣ ଦ୍ୱାରା ଆରୋଗ୍ୟ ହେଲେ ଲଣ୍ଡନ୍‌ର ଜଣେ ‘ଏଚ୍‌ଆଇଭି’ ଆକ୍ରାନ୍ତ ବ୍ୟକ୍ତି

327 Views

ପ୍ୟାରିସ୍‌: ଷ୍ଟେମ୍‌ ସେଲ୍‌ ବା କାଣ୍ଡ କୋଷିକା ପ୍ରତିରୋପଣ କରାଯିବା ପରେ ଲଣ୍ଡନ୍‌ର ଜଣେ ବ୍ୟକ୍ତି ଏଡ୍‌ସ୍‌ ରୋଗ କରାଉଥିବା ଏଚ୍‌ଆଇଭି ଭୂତାଣୁ ମୁକ୍ତ ହୋଇଛନ୍ତି ବୋଲି ମଙ୍ଗଳବାର ଦିନ ଏକ ଡାକ୍ତରୀ ସମ୍ମିଳନୀରେ ଘୋଷଣା କରିବାକୁ ଯାଉଛନ୍ତି। ନାମ ଗୋପନ ରଖାଯାଇଥିବା ଉକ୍ତ ବ୍ୟକ୍ତି ହେଉଛନ୍ତି ‘ଏଚ୍‌ଆଇଭି’ରୁ ଆରୋଗ୍ୟ ଲଭିଥିବା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି।

ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଟିମୋଥି ରେ’ ବ୍ରାଉନ୍‌। ୧୨ ବର୍ଷ ତଳେ ସେ ଜର୍ମାନ୍‌ରେ ଚିକିତ୍ସିତ ହୋଇ ଏଚ୍‌ଆଇଭି ସଂକ୍ରମଣ ମୁକ୍ତ ହୋଇଥିଲେ। ଜଣେ ଏଚ୍‌ଆଇଭି-ରେଜିଷ୍ଟାଣ୍ଟ୍‌ ଡୋନର୍‌ଙ୍କ ଠାରୁ ଅସ୍ଥିମଜ୍ଜା ଗ୍ରହଣ କରିବା ପରେ ଲଣ୍ଡନ୍‌ର ଉକ୍ତ ବ୍ୟକ୍ତିଜଣକ ଆରୋଗ୍ୟ ହୋଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।

ସେ ଏଚ୍‌ଆଇଭି ଆକ୍ରାନ୍ତ ବୋଲି ୨୦୦୩ରେ ଜଣାପଡ଼ିଥିଲା। ଏହାଛଡ଼ା ତାଙ୍କୁ କ୍ୟାନ୍‌ସର୍‌ ମଧ୍ୟ ଆକ୍ରାନ୍ତ କରିଥିଲା। ୨୦୧୬ରେ ଜଣେ ଡୋନର୍‌ଙ୍କ ଠାରୁ ସେ ଅସ୍ଥିମଜ୍ଜା କାଣ୍ଡକୋଷିକା ପ୍ରତିରୋପଣ କରାଇବାକୁ ରାଜି ହୋଇଥିଲେ। କର୍କଟ ରୋଗ ଚିକିତ୍ସା ଲାଗି ଏଇଟା ସାଧାରଣ ଓ ବ୍ୟୟବହୁଳ ପ୍ରକ୍ରିୟା। ଡୋନର୍‌ଙ୍କ ଦେହରେ ଥିଲା ‘ସିସିଆର୍‌୫ ଡେଲ୍‌ଟା୩୨’ ନାମକ ଜେନେଟିକ୍‌ ମ୍ୟୁଟାସନ୍‌ ଯାହା ଏଚ୍‌ଆଇଭି ସଂକ୍ରମଣକୁ ପ୍ରତିରୋଧ କରେ।

ଦିନେ ନା ଦିନେ ବୈଜ୍ଞାନିକମାନେ ଏଡ୍‌ସ୍‌କୁ ବିନାଶ କରିବେ ବୋଲି ଏହି ଘଟଣା ପ୍ରମାଣ କରୁଛି ବୋଲି ଡାକ୍ତରମାନେ କହିଛନ୍ତି।

By amfnews

Related Post