Fri. Jun 26th, 2026

ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ହେଉଛି ଭାରତର ଗୁରୁଗ୍ରାମ

315 Views

ନୂଆଦିଲ୍ଲୀ: ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର। ୨୦୧୮ର ପ୍ରଦୂଷଣ ରିପୋର୍ଟ ଅନୁଯାୟୀ ଗୁରୁଗ୍ରାମ ବ୍ୟତୀତ ଭାରତର ଗାଜିଆବାଦ,ଫରିଦାବାଦ,ନୋଏଡା ଏବଂ ଭିଓ୍ଵାଡି ହେଉଛି ବିଶ୍ୱର ଛଅଟି ସର୍ବାଧିକ ପ୍ରଦୂଷିତ ସହର। ଜାକର୍ତ୍ତାଠାରେ ମଙ୍ଗଳବାର ସକାଳେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ବାୟୁ ପ୍ରଦୂଷଣ ହେତୁ ସାରା ବିଶ୍ୱର ପ୍ରାୟ ସାତ ନିୟୁତ ଲୋକଙ୍କର ପ୍ରାଣହାନି ଘଟୁଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦକ୍ଷିଣ ଏସିଆର ସ୍ଥିତି ସବୁଠାରୁ ସଂକଟଜନକ।

ଗତବର୍ଷର ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ୨୦ଟି ପ୍ରଦୂଷଣ ସହର ମଧ୍ୟ ୧୮ଟି ଭାରତରେ ଓ ଗୋଟିଏ ଲେଖାଏଁ ବଙ୍ଗଳାଦେଶ ଓ ପାକିସ୍ତାନରେ ଥିଲା। ଏହି ତାଲିକାରେ ଏକାଦଶ ସ୍ଥାନରେ ଥିଲା ଭାରତର ରାଜଧାନୀ ନୂଆଦିଲ୍ଲୀ। ଅପରପକ୍ଷରେ ସର୍ବାଧିକ ପ୍ରଦୂଷିତ ସହର ଭାବେ ବିବେଚିତ ହେଉଥିବା ବେଜିଂ ଗତବର୍ଷ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିଲା। ଫଳତଃ ତାହା ଏବେ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହରର ତାଲିକାରେ ୧୨୨ତମ ସ୍ଥାନରେ ରହିଛି।

By amfnews

Related Post