Sun. Oct 18th, 2026

ଶ୍ରୀନଗରରେ ନିରାପତ୍ତା ବଳ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗି ପାଞ୍ଚଜଣ ଗିରଫ

486 Views

ଶ୍ରୀନଗର: ଶ୍ରୀନଗର ସହରର କେନ୍ଦ୍ରାଞ୍ଚଳରେ ପୁଲିସ ଓ ନିରାପତ୍ତା ବଳଙ୍କ ଉପରକୁ ପେଟ୍ରୋଲ୍‌ ବୋମ ଫିଙ୍ଗିବା ଏବଂ ଲୋକମାନଙ୍କୁ ଭୟଭୀତ କରିବାରେ ସମ୍ପୃକ୍ତ ଥିବା ବିଶ୍ୱାସରେ ଶ୍ରୀନଗର ପୁଲିସ ଅନ୍ୟୂନ ପାଞ୍ଚଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମ୍‌ଆର୍‌ ଗଞ୍ଜ ଶ୍ରୀନଗର ଥାନା, ପିପି ଉର୍ଦ୍ଦୁବଜାର ଏବଂ ପିପି ବନମହଲାଙ୍କ ମିଳିତ ଅଭିଯାନରେ ସେ ପାଞ୍ଚଜଣଙ୍କୁ ଗିରଫ କରାଯାଇଛି।

ଶ୍ରୀନଗର ପୁଲିସ କହିଛି ଯେ ଅନେକ ମାସ ହେବ ସକ୍ରିୟ ଥାଇ ପୁଲିସ ଓ ନିରାପତ୍ତା ବଳଙ୍କ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗୁଥିବା ୫ ଜଣ ଦୁର୍ବୃତ୍ତଙ୍କ ସଂଗଠନକୁ ଠାବ କରି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇଛି।

ଏହି ଦୁର୍ବୃତ୍ତମାନେ ପୁଲିସ ଗାଡ଼ି ଏବଂ ନିରାପତ୍ତାବଳ ଯାନବାହନ ଧାଡ଼ି ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗନ୍ତି। ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ହେବା ଦିନରୁ ସେମାନେ ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ କରାଉଥିଲେ। ସେମାନଙ୍କ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ବାଧ୍ୟ କରୁଥିଲେ ଓ ରାସ୍ତା ଉପରେ ଯାନବାହନ ଚଳାଚଳ କରାଇ ଦେଉ ନ ଥିଲେ। ପୁଲିସ ଓ ନିରାପତ୍ତା ବଳର ଯାନବାହନର ଗତିବିଧି ଲକ୍ଷକରି ଜଣାଇବା ସେମାନେ ଜଣେ ତୃତୀୟ ଶ୍ରେଣୀରେ ପଢୁଥିବା ପିଲାକୁ ମତୟନ କରିଥିଲେ ବୋଲି ପୁଲିସ କହିଛି।

By amfnews

Related Post