Sat. Apr 25th, 2026

କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ

178 Views

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଭୋଟରମାନେ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାଲାଗି ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଠି୍ଆ ହୋଇଥିବାର ଦେଖିବାକୁ ମିଳିଛି। ମୋଟ୍ ୩୭.୭୮ ଲକ୍ଷ ମତଦାନ ନିଜର ମତାଧିକାର ସାବ୍ୟସ୍ତ କରିବେ।

ଏହି ଉପ ନିର୍ବାଚନ କର୍ଣ୍ଣାଟକରେ ବିଜେପିର ବିଏସ ୟେଦୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ସୂଚନାଯୋଗ୍ୟ, ବିଜେପିକୁ ରାଜ୍ୟର କ୍ଷମତାରେ ରହିବା ଲାଗି ୨୨୫ ସଦସ୍ୟ ବିଧାନସଭାର ଏହି ୧୫ଟି ଆସନରୁ ୬ଟିରେ ଜିତିବା ନିହାତି ଆବଶ୍ୟକ ବୋଲି ଜଣାଯାଇଛି । ଗୁରୁବାର ସକାଳ ସାତଟାରୁ ମତଦାନ ଆରମ୍ଭ ହେବ।
ବିଧାନସଭାରେ ସଂପ୍ରତି ବିଜେପିର ୧୦୫ ବିଧାୟକ, କଂଗ୍ରେସର ୬୬ ଓ ଜେଡିଏସର ୩୪ ବିଧାୟକ ଅଛନ୍ତି। ବିଏସପି ପାଖରେ ଜଣେ ବିଧାୟକ ଅଛନ୍ତି।

ଏଠାରେ ସ୍ମରଣ କରାଯାଇପାରେ କି କର୍ଣ୍ଣାଟକରେ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ଖାଲି ପଡ଼ିଥିବା ପଦରେ ଉପନିର୍ବାଚନ ହେଉଛି। ଏହି ବିଧାୟକଙ୍କ ମଧ୍ୟରେ କଂଗ୍ରେସ ଓ ଜେଡିଏସର ବିଦ୍ରୋହୀ ନେତା ସାମିଲ ଥିଲେ। ଏହି ବିଧାୟକଙ୍କ ବିଦ୍ରୋହ କାରଣରୁ ଜୁଲାଇରେ ଏଚଡି କୁମାରସ୍ଵାମୀଙ୍କ ନେତୃତ୍ଵାଧୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ପତନ ଘଟିଥିଲା ଏବଂ ବିଜେପି କ୍ଷମତାକୁ ଫେରିଥିଲା। ସଂଖ୍ୟା ଗରିଷ୍ଠତା ହ୍ରାସ ପାଇବାରୁ ବିଜେପି ସରକାର ଗଠନ କରିପାରିଥିଲା।

By amfnews

Related Post