Thu. Sep 24th, 2026

ଶହେ କୋଟିରେ ‘ସୁଇ ଧାଗା’

334 Views

ମୁମ୍ବାଇ  : ବଲିଉଡର ସବୁଠୁଁ ସଫଳ ଷ୍ଟାରମାନଙ୍କ ଭିତରୁ ଜଣେ ହେଲେ ବରୁଣ ଧଓ୍ଵନ୍‌। ତାଙ୍କ ଅଭିନୀତ ଲାଟେଷ୍ଟ ଫିଲ୍ମ ‘ସୁଇ ଧାଗା’ ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ଶହେ କୋଟି କ୍ଲବରେ ସାମିଲ୍‌ ହୋଇଛି। ଏହା ଭାରତର ପ୍ରାୟ ୨୦ କୋଟିରୁ ଅଧିକ କଲେକ୍‌ସନ୍‌ କରିଛି। ଅନ୍ୟପକ୍ଷରେ ଓଭରସିରିଜରେ ଏହା ୨୦ କୋଟିରୁ ଅଧିକ କଲେକସନ୍‌ କରିଛି। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ଘୋଷିତ ହୋଇଛି।

‘ଦସ୍‌ ଲଗାକେ ହୈସା’ ଫେମ୍‌ ନିର୍ଦ୍ଦେଶକ ଶରତ କଟୋରିୟାଙ୍କ ‘ସୁଇ ଧାଗା’ରେ ବରୁଣ ଧଓ୍ଵନ୍‌ଙ୍କ ବିପକ୍ଷରେ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଛି। ଫିଲ୍ମରେ ସଫଳତା ସହିତ ସ୍ୱାଭିମାନ, ପ୍ରେମ ସମ୍ମାନ ସାଙ୍ଗକୁ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନର କାହାଣୀ ରହିଛି।

ଏହା ପ୍ରଥମ ତିନି ଦିନରେ ୩୩ କୋଟିରେ ପହଞ୍ଚଥିଲା। ତା’ପରେ ଏହାର ବ୍ୟାବସାୟିକ ଗତି ଅଧିକ ତୀବ୍ର ହୋଇଥିଲା। ଖୁବ୍‌ କମ୍‌ ବଜେଟ୍‌ରେ ନିର୍ମିତ ‘ସୁଇ ଧାଗା’ର ପ୍ରଯୋଜନା କରିଛନ୍ତି ୟଶରାଜ୍‌ ଫିଲ୍ମସ୍‌।

By amfnews

Related Post