Tue. Sep 29th, 2026

ରାୟଗଡ଼ା: ଭୋଜି ଖାଇ ଝାଡ଼ାବାନ୍ତିରେ ୧ ମୃତ, ୧୨ ଅସୁସ୍ଥ

335 Views

ରାୟଗଡ଼ା: ବୁଧବାର ଦିନ କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତର ପୋଡୁଚୁଅାଁ ଗାଁରେ ଭୋଜି ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ଆଠ ବର୍ଷିୟ ବାଳକର ମୃତ୍ୟୁ ଘଟିବା ସହ ଅନ୍ୟ ୧୨ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି।

ମୃତ ବାଳକର ନାମ ନବୀନ କୃଷିକାର। ଅସୁସ୍ଥ ହୋଇଥିବା ବ୍ୟକ୍ତମାନଙ୍କ ମଧ୍ୟରୁ ଅଛନ୍ତି କେତେକ ପିଲା ଓ ବୟସ୍କ ବ୍ୟକ୍ତି। ସେମାନଙ୍କୁ ରାୟଗଡ଼ା, ଶିକରପାଇ, କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

By amfnews

Related Post