Sat. Jul 4th, 2026

ଶ୍ରୀଲଙ୍କାର ପୁଗୋଡ଼ା ସହରରେ ବିସ୍ଫୋରଣ

339 Views

କଲମ୍ବୋ: ଗୁରୁବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଠାରୁ ୪୦ କିଲୋମିଟର ପୂର୍ବକୁ ଅବସ୍ଥିତ ପୁଗୋଡ଼ା ସହରରେ ଏକ ବିସ୍ଫୋରଣ ଘଟିଥିଲେ ବି କେହି ମୃତାହତ ହୋଇ ନ ଥିବା କଥା ପୁଲିସ ମୁଖପାତ୍ର କହିଛନ୍ତି।

ପୁଲିସ ମୁଖପାତ୍ର ରୁଓ୍ଵାନ୍‌ ଗୁଣସେକର କହିଛନ୍ତି ଯେ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ପଛରେ ଥିବା ପଡ଼ିଆ ଜମିରେ ହୋଇଥିବା ଏହି ବିସ୍ଫୋରଣ ଘଟଣାକୁ ପୁଲିସ ତଦନ୍ତ କରୁଛି। ସେ କହିଛନ୍ତି: ଅଦାଲତ ପଛପଟେ ବିସ୍ଫୋରଣ ହୋଇଛି। ଆମେ ତଦନ୍ତ କରୁଛୁ। ଏଇଟା ନିକଟ ଅତୀତରେ ଘଟିଥିବା ସନ୍ଦିଗ୍ଧ ବିସ୍ଫୋରଣ ପରି ନୁହେଁ।

ଗତ ଇଷ୍ଟର୍‌ ରବିବାର ଦିନ ଶ୍ରୀଲଙ୍କାରେ ୮ଟି ବିସ୍ଫୋରଣ ଯୋଗୁଁ ୩୫୯ ଜଣ ପ୍ରାଣ ହରାଇବା ସହ ଆହୁରି ପ୍ରାୟ ୫୦୦ ଜଣ ଆହତ ହୋଇଥିଲେ।

By amfnews

Related Post