Mon. Aug 3rd, 2026

ରାଜହଂସରେ ମାଲେସିଆ ଜାହାଜ : ମରାମତି ହୋଇପାରୁନି, ଦେଖିବାକୁ ବଢ଼ୁଛି ଭିଡ଼

257 Views

ବ୍ରହ୍ମଗିରି : ମାଲେସିଆର ଏକ ପଣ୍ୟବାହୀ ଜାହାଜ ଗତ ଚାରି ଦିନ ହେଲା କୃଷ୍ଣପ୍ରସାଦ ରାଜହଂସ ନିକଟରେ ଫସି ରହିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜାହାଜଟି କୂଳରେ ଫସି ରହିଛି। ତେବେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜାହାଜଟିର ମରାମତି ହୋଇ ପାରି ନାହିଁ। ଢେଉ ମାଡ଼ଡ଼ରେ ଜାହଜଟି ବାଲିରେ ପୋତି ହେବାରେ ଲାଗିଲାଣି। ଜାହାଜର କଣ୍ଟେନର୍‌ଟି ଦୁଇରୁ ତିନି ଫୁଟ୍ ପୋତି ହୋଇଗଲାଣି। ଫଳରେ ଏହାର ମରାମତି ନେଇ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ମାଲେସିଆର ଏହି ଜାହାଜ ଲାଗିଥିବା ସ୍ଥାନରେ ଆଜି ପ୍ରବଳ ଭିଡ଼ ଲାଗିଛି। ଡଙ୍ଗା ଯୋଗେ ଲୋକେ ଚିଲିକା ପାର ହୋଇ ଏହି ଜାହଜ ଦେଖିବାକୁ ରାଜହଂସ ଯାଉଛନ୍ତି। ଫଳରେ ସେଠାରେ ଅଟକି ଥିବା ଜାହାଜର କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ସେମାନଙ୍କ ସୁରକ୍ଷା ସହିତ ଜାହାଜର ସୁରକ୍ଷା ପାଇଁ ଆଜି ଅପରାହ୍ନରେ କୃଷ୍ଣପ୍ରସାଦ ପୁଲିସ ସହିତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଫସି ରହିଥିବା କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ କିଛି ଖାଇବା ଯୋଗାଇବା ସହ ଅସ୍ଥାୟୀ ତମ୍ବୁର ବ୍ୟବସ୍ଥା କରିଛନ୍ତି।ତଟ ନିରାପତ୍ତା ଦୃଷ୍ଟିରୁ କୋଷ୍ଟଗାର୍ଡ ଟିମ୍‌ ଜାହାଜ ଉପରେ ସତର୍କ ଦୃଷ୍ଟି ରଖିଛି। ଜାହାଜ ଫସି ରହିଥିବା ସ୍ଥାନ ଉପରେ ଗତକାଲିଠାରୁ ଜେଟ୍ ବିମାନ ମାଧ୍ୟମରେ ଦୃଷ୍ଟି ରଖାଯାଇଛି। ଜାହାଜର ୮ ଜଣ କର୍ମଚାରୀଙ୍କୁ ତଦନ୍ତକାରୀ ଟିମ୍‌ ପଚରାଉଚୁରା କରିଥିବାବେଳେ ଜାହାଜ ଭିତର ମଧ୍ୟ ଯାଞ୍ଚ‌ କରିଛି।

By amfnews

Related Post