Mon. Aug 3rd, 2026

ସମ୍ପତ୍ତି ହାତେଇବା ପାଇଁ ଯୁବତୀଙ୍କୁ ଗଛରେ ବାନ୍ଧିଲେ

263 Views

ନୀଳଗିରି : ପୈତୃକ ସମ୍ପତ୍ତିକୁ ହାତେଇବା ପାଇଁ ଜଣେ ମହିଳା ତାଙ୍କ ଅବିବାହିତା ଭଉଣୀଙ୍କୁ ଗଛରେ ବାନ୍ଧିବା ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବତୀଙ୍କ ବଡ଼ଭଉଣୀ ନିଜର ସ୍ବାମୀ ଓ ପୁତୁରା କଥାରେ ପରିଚାଳିତ ହୋଇ ନିଜ ଅବିବାହିତ ଭଉଣୀଙ୍କୁ ଏପରି ଅତ୍ୟାଚାର କରିଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ନୀଳଗିରି ଥାନା ଅଧୀନ ବଉଳଗଡ଼ିଆ ଗ୍ରାମର ସ୍ବର୍ଗତ କଟୁରୀ ବେହେରାଙ୍କ ଅବିବାହିତା ଝିଅ ସୁନୀତି ନିଜ ବାପାଙ୍କ ବାଡ଼ିରେ ଘର ନିର୍ମାଣ କରି ରହି ଆସୁଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ସୁନୀତି ଘର କାମ କରୁଥିବା ବେଳେ ସେହି ଗ୍ରାମର ସ୍ବର୍ଗତ ଯଜୁ ବେହେରାଙ୍କ ପୁଅ ରମାକାନ୍ତ କିଛି କାରଣ ନ ଥାଇ ସୁନୀତିକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ରମାକାନ୍ତଙ୍କ ପୁଅ କହ୍ନେଇ ଏବଂ ସୁନୀତିଙ୍କ ବିବାହିତା ଭଉଣୀ ବାସନ୍ତୀ ମଧ୍ୟ ସେଠାରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସୁନୀତିଙ୍କୁ ବିଧା ଗୋଇଠା ମାରିଥିଲେ। ଶେଷରେ ସେମାନେ ଏକ ନଡ଼ିଆ ଗଛରେ ସୁନୀତିଙ୍କୁ ବାନ୍ଧି ପକାଇଥିଲେ। ତେବେ ସୁନୀତିଙ୍କ ଚିତ୍କାର ଶୁଣି ପ‌ଡ଼ୋଶୀମାନେ ଆସିବାରୁ ଅଭିଯୁକ୍ତମାନେ ଜୀବନରୁ ମାରିଦେବାର ଧମକ ଦେଇ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ସୁନୀତିକୁ ଗଛରୁ ଫିଟାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

By amfnews

Related Post