Sun. Oct 4th, 2026

ରାଜନୀତିରୁ ସନ୍ନ୍ୟାସ ନେବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ଵାମୀ

349 Views

ବେଙ୍ଗାଲୁରୁ  : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଜେଡି ଏସ ନେତା ଏଚ ଡି କୁମାରସ୍ଵାମୀ ଗତକାଲି ଏଭଳି ବୟାନ୍ ଦେଇଛନ୍ତି ଯାହା ଏବେ କେବଳ କର୍ଣ୍ଣାଟକ ନୁହେଁ, ବରଂ ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି ଯେ ରାଜନୀତିରୁ ସନ୍ନ୍ୟାସ ନେବାକୁ ଚାହୁଁଛନ୍ତି ।

କୁମାରସ୍ଵାମୀ କହିଛନ୍ତି ଯେ ସେ ରାଜନୀତିରୁ ସନ୍ନ୍ୟାସ ନେବା ବିଷୟରେ ଚିନ୍ତା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଭୁଲବଶତଃ ରାଜନୀତିକୁ ଚାଲି ଆସିଥିଲେ ଏବଂ  ସଂଯୋଗବଶତଃ ମୁଖ୍ୟମନ୍ତ୍ରୀ ହୋଇ ଯାଇଥିଲେ। ଭଗବାନ ତାଙ୍କୁ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଦେଇଥିଲେ।

ଏଚ ଡି କୁମାରସ୍ଵାମୀ  ଆହୁରି ମଧ୍ୟ କହିଛନ୍ତି ଯେ ସେ ସମସ୍ତଙ୍କୁ  ସନ୍ତୁଷ୍ଟ କରିବାଲାଗି ମୁଖ୍ୟମନ୍ତ୍ରୀ ହୋଇ ନଥିଲେ ବରଂ  ରାଜ୍ୟର ବିକାଶ ଦିଗରେ ଭଲ କାମ କରିଥିଲେ। ନିଜର କାମକୁ ନେଇ ସେ ଖୁବ୍ ସନ୍ତୁଷ୍ଟ ବୋଲି କି କହିଛନ୍ତି। ଏଚ ଡି କୁମାରସ୍ଵାମୀ  ଶାନ୍ତିରେ ବଞ୍ଚିବାକୁ ଚାହାଁନ୍ତି ବୋଲି କହିଛନ୍ତି।ସେ ଲୋକଙ୍କ ହୃଦୟରେ ରହିବାକୁ ଚାହାଁନ୍ତି ବୋଲି ସ୍ପଷ୍ଟଭାବେ କହିଛନ୍ତି।

 

By amfnews

Related Post