Sun. Oct 4th, 2026

୨୦ ହଜାର ଟଙ୍କା ଧାର ନେଇ ଦୁବାଇ ଲଟେରି କିଣିଥିବା ଭାରତୀୟ କୃଷକ ଜିଣିଲେ ୪ ନିୟୁତ ଡଲାର୍‌

207 Views

ଦୁବାଇ  : ଦୁବାଇରେ କାମଧନ୍ଦା ପାଇବାରେ ବିଫଳ ହୋଇ ଘରକୁ ଫେରିଥିବା ଜଣେ ଭାରତୀୟ କୃଷକ ଶନିବାର ଦିନ ଜିଣିଛନ୍ତି ୪ ନିୟୁତ ଡଲାର୍‌ ଲଟେରି। ଏହି ଲଟେରି କିକେଟ୍‌ କିଣିବାକୁ ସେ ପତ୍ନୀଙ୍କ ଠାରୁ ୨୦ ହଜାର ଟଙ୍କା କରଜ ନେଇଥିଲେ।

ଏବେ ହାଇଦ୍ରାବାଦରେ ଥିବା ବିଳାସ ରିକ୍କାଲା ୪. ୦୮ ନିୟୁତ ଡଲାର୍‌ ଲଟେରି ଜିଣିଥିବା କଥା ଗଲ୍‌ଫ୍‌ ନିୟୁଜ୍‌ରେ ପ୍ରକାଶ ପାଇଛି। କାମଧନ୍ଦା ଯୋଗାଡ଼ କରି ନ ପାରି ୪୫ ଦିନ ପୂର୍ବେ ସେ ୟୁଏଇରୁ ଫେରି ଆସିଥିଲେ। ଏତେ ବଡ଼ ଲଟେରି ଜିଣିଛନ୍ତି ବୋଲି ଶନିବାର ଦିନ ତାଙ୍କୁ ସୂଚନା ଦିଆଯାଇଥିଲା।

ଖବର ଅନୁସାରେ, ରିକ୍କାଲା ଏବଂ ତାଙ୍କ ପତ୍ନୀ ଭାରତରେ ଚାଷବାସ କାମ କରି ବର୍ଷକୁ ପ୍ରାୟ ୩ ଲକ୍ଷ ଟଙ୍କା ଉପାର୍ଜନ କରନ୍ତି। ଆଗରୁ ରିକ୍କାଲା ଦୁବାଇରେ ରହି ଡ୍ରାଇଭର୍‌ କାମ କରୁଥିଲେ। କାମଧନ୍ଦା ପାଇବାରେ ବିଫଳ ହେବା ପରେ ସେ ତାଙ୍କ ପତ୍ନୀ ପଦ୍ମାଙ୍କ ଠାରୁ ୨୦ ହଜାର ଟଙ୍କା ଉଧାର ଆଣି ଆବୁ ଧାବିରେ କାମ କରୁଥିବା ତାଙ୍କ ବନ୍ଧୁ ରବିଙ୍କୁ ଦେଇଥିଲେ। ରବି ରିକ୍କାଲାଙ୍କ ନାମରେ ତିନୋଟି ଲଟେରି ଟିକେଟ କିଣିଥିଲେ।

By amfnews

Related Post