Thu. Sep 3rd, 2026

ରାଗରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବତୀ

290 Views

ଭୁବନେଶ୍ୱର, ଜାନୁଆରୀ ୨୦: ରବିବାର ପ୍ରତ୍ୟୁଷରେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀନଗର ଠାରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ଛୁରି ମାରି ହତ୍ୟା କରିଥିବା ଜଣାପଡ଼ିଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତ ଯୁବତୀଙ୍କର ନାମ ଅଳକା ଏବଂ ତାଙ୍କୁ ହତ୍ୟା କରିଥିବା ଯୁବତୀଙ୍କ ନାମ ଅନୀତା। କୌଣସି କାରଣରୁ ଅତ୍ୟନ୍ତ ରାଗି ଯାଇ ଅନୀତା ଅଳକାଙ୍କା ତଣ୍ଟିକାଟି ହତ୍ୟା କରିଛନ୍ତି।

ଦୁହେଁ କିଛି ବର୍ଷ ହେବ ଭଡ଼ା ଘରେ ଏକତ୍ର ରହି ଆସୁଥିଲେ। ଆଜି ଉକ୍ତ ଭଡ଼ାଘର ମାଲିକ ଅଳକାଙ୍କ ରକ୍ତାକ୍ତ ଶବ ଦେଖି ପୁଲିସକୁ ଖବର ଦେଇଥିଲେ।ଆତତାୟୀ ଯୁବତୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ପ୍ରକାଶ।

By amfnews

Related Post