Sat. Jul 25th, 2026

ଯୁବତୀଙ୍କୁ ନେଇ ବିବାହିତ ମୁସଲିମ୍‌ ଯୁବକ ଫେରାର୍‌

171 Views

ଆଗ୍ରା  : ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଜିମ୍‌ କାଣ୍ଡ ଘଟିଛି। ଜଣେ ବିବାହିତ ଯୁବକ ଜଣେ ଅବିବାହିତ ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର୍‌ ହୋଇଯାଇଛନ୍ତି। ତେବେ ଉଭୟଙ୍କର ଧର୍ମ ଅଲଗା।ଏହି ଘଟଣା ଆଗ୍ରାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମାନସ ନଗରରେ ଥିବା ଡାୟମଣ୍ଡ ଜିମ୍‌କୁ ପ୍ରତିଦିନ ଯାଆନ୍ତି ଜଣେ ଯୁବତୀ। ସେଠାକୁ ଜଗଦୀଶପୁରା ନିବାସୀ ଡାନିୟଲ୍‌ ଖାନ୍‌ ମଧ୍ୟ ଆସୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ବୋଲି କୁହାଯାଉଛି।

ସେ ଦୁହେଁ ଫେରାର୍‌ ହେବା ପୂର୍ବରୁ ନିଜ ନିଜର ଫେସବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରି ଦେଇଥିଲେ। ଏହି ଘଟଣାର ୩ ଦିନ ଆଗରୁ ଯୁବତୀ ନିଜ ମୋବାଇଲରେ କାହା ସହିତ ବି କଥା ହେଉ ନଥିଲେ।

ଏହି ଘଟଣା ସଂପର୍କରେ ବିଜେପି ନେତା ପ୍ରଶାନ୍ତ ପୋନିୟା ଅଭିଯୋଗ କରିଛନ୍ତି ପୁଲିସର ଖାମଖିଆଲ ନୀତି ଯୋଗୁଁ ଦୁହେଁ ଫେରାର୍‌ ହୋଇଛନ୍ତି। ଯୁବତୀକୁ ଉକ୍ତ ମୁସଲମାନ ଯୁବକ ଅପହରଣ କରିଥିବାର ସେ ଅଭିଯୋଗ କରିଛନ୍ତି।

By amfnews

Related Post