Sun. Sep 27th, 2026

ଆମେରିକାର ୧୭ ଜଣ ଗୁପ୍ତଚରଙ୍କୁ ଗିରଫ କରିଛି ଇରାନ୍‌, କେତେକଙ୍କୁ ମୃତ୍ୟୁଦଣ୍ଡ ଦେଇଛି

204 Views

ଦୁବାଇ : ଯୁକ୍ତରାଷ୍ଟ୍ର ଆମେରିକାର ସିଆଇଏ (ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି) ପାଇଁ କାମ କରୁଥିବା ୧୭ ଜଣ ଗୁପ୍ତଚରଙ୍କୁ ଇରାନ୍‌ ଗିରଫ ଓ କେତେକଙ୍କୁ ମୃତ୍ୟୁଦଣ୍ଡ ଦେଇଛି ବୋଲି ସୋମବାର ଦିନ ଇରାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ଟେଲିଭିଜନ୍‌ ଗୁଇନ୍ଦା ମନ୍ତ୍ରାଳୟ ତଥ୍ୟକୁ ଉଦ୍ଧାର କରି କହିଛି ଯେ ଇରାନ୍‌ ସିଆଇଏର ଗୁପ୍ତଚର ବଳୟକୁ ନଷ୍ଟ କରି ୧୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଗିରଫ ଗୁପ୍ତଚରମାନଙ୍କ ମଧ୍ୟରୁ କେତେକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ମେ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ନୂତନ କଟକଣା କଠୋର ହୋଇ ଲାଗୁ ହେବା ପରେ ଇରାନ୍‌ ଓ ଆମେରିକା ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା। ଜୁଲାଇ ୪ ତାରିଖ ଦିନ ଇରାନର ଗିବ୍ରାଲତାର ଉପକୂଳଠୁ ଦୂର ସମୁଦ୍ର ମଧ୍ୟରେ ବିଟେନ୍‌ର ରୟଲ୍‌ ମେରାଇନ୍‌ସ୍‌ ଗୋଟାଏ ଇରାନୀୟ ଟ୍ୟାଙ୍କର ଜବତ କରିବା ପରେ ଗତ ସପ୍ତାହରେ ଷ୍ଟ୍ରେଟ୍‌ ଅଫ୍‌ ହର୍‌ମୁସ୍‌ରେ ଇରାନ୍‌ ବ୍ରିଟେନ୍‌ର ଗୋଟାଏ ଜାହାଜକୁ ଜବତ କରିଛି।

ଇରାନ୍‌ ଗୁଇନ୍ଦା ମନ୍ତ୍ରାଳୟ କହିଛି ଯେ ଚିହ୍ନିତ ଗୁପ୍ତଚରମାନେ ସ୍ପର୍ଶକାତର ଏବଂ ଗୁରୁତ୍ୱପୂର୍ଣ୍ଣ ଘରୋଇ ସେକ୍ଟର୍‌ କେନ୍ଦ୍ରରେ ଅର୍ଥନୈତିକ, ଆଣବିକ, ଭିତ୍ତିଭୂମିଗତ, ସାମରିକ ଏବଂ ସାଇବର ଆଦି କ୍ଷେତ୍ରରେ କର୍ମସଂସ୍ଥାନ ପାଇଥିଲେ…। ସେଠାରୁ ସେମାନେ ଗୁପ୍ତ ତଥ୍ୟ ଯୋଗାଡ଼ କରୁଥିଲେ।

By amfnews

Related Post