Sun. Oct 4th, 2026

ଯାଜପୁର: ତିନୋଟି ବୋଲେରୋ ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ

644 Views

ଯାଜପୁର/ଚଣ୍ଡିଖୋଲ: ରବିବାର ସକାଳେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁନ୍ଦଳ ଛକ ନିକଟରୁ ବନ ବିଭାଗ କର୍ମଚାରୀମାନେ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ କରିଛନ୍ତି।

ଝାଡ଼ଖଣ୍ଡ ରାଜ୍ୟରୁ ତିନୋଟି ବୋଲେରୋ ଯୋଗେ ଆସୁଥିବା ଉକ୍ତ ଶାଳକାଠଗୁଡ଼ିକ ଭୁବନେଶ୍ୱର ଯାଉଥିବା କଥା ବୌରୀ ରେଞ୍ଜ୍‌ ଚଣ୍ଡିଖୋଲ ସେକ୍ସନ୍‌ର ବନ ବିଭାଗ ପାଖରେ ବିଶ୍ୱସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। ସେହି ଅନୁସାରେ, ବନ କର୍ମଚାରୀମାନେ ଜାତୀୟ ରାଜପଥରେ ଗାଡ଼ି ଅଟକାଇ ଥିଲେ। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।

By amfnews

Related Post