Sun. May 12th, 2024

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରେ ଆଚାର ସଂହିତା ଉଲ୍ଲଘଂନ କରୁଥିବାର ଅଭିଯୋଗ

By amfnews Mar 31, 2019 #Featured
200 Views

ବକ୍ସର:କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରେ ବିହାରର ବକ୍ସରରେ ଆଚାର ସଂହିତା ଉଲ୍ଲଘଂନ କରୁଥିବାର ଅଭିଯୋଗ ଆସିଛି । ଅଶ୍ୱିନୀ ଚୌବେ ବକ୍ସରର ଏସଡିଏମଙ୍କ ସହ ବାକବିତଣ୍ଡା କରିବାର ଘଟଣା ସାମ୍ନାକୁ ଆସିଛି । ଏସଡିଏମ୍ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଆଦର୍ଶ ଆଚାର ସଂହିତା ପାଳନର ନିୟମ କହିଲେ ଏବଂ ଅଧିକ ଗାଡି ନେବା ପାଇଁ ବାରଣ ମଧ୍ୟ କରିଥିଲେ । କିନ୍ତୁ ନିୟମ ମାନିବା ବଦଳରେ ଅଶ୍ୱିନୀ ଚୌବେ ଏସଡିଏମ୍ ଙ୍କ ଉପରେ ହିଁ ବିଗିଡିଗଲେ । ଅଶ୍ୱିନୀ ଚୌବେ ବକ୍ସରରୁ ବିଜେପି ଲୋକସଭା ପ୍ରାର୍ଥୀ ଅଛନ୍ତି । ନିର୍ବାଚନ ପ୍ରଚାରରେ ପ୍ରଥମଥର ଟିକେଟ୍ ମିଳିବା ପରେ ସେ ବକ୍ସର କିଲ୍ଲାରେ ସଭା କରିବା ପାଇଁ ପହଂଚିଥିଲେ ।

Embedded video

ANI

@ANI

Union Minister Ashwini Kumar Choubey misbehaves with SDM KK Upadhyay in Buxar after the official had stopped his convoy for violating model code of conduct. (30.3.19)

କୁହାଯାଉଛି କି ସଭା ସମୟରେ କିଲ୍ଲା ମଇଦାନରେ ଅନୁମତି ମିଳିବା ପରେ ଅଧିକ ଗାଡିକୁ ଦେଖି ସଦର ଅନୁମଣ୍ଡଳ ପଦାଧିକାରୀ (ଏସଡିଏମ୍) କୃଷ୍ଣ କୁମାର ଉପାଧ୍ୟାୟ ଏବଂ ଏସଡିପିଓ ସତିଶ୍ କୁମାର ଉକ୍ତ ସ୍ଥାନରେ ପହଂଚି ଅଶ୍ୱିନୀ ଚୌବେଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଗି ନିଆଁ ହୋଇଗଲେ ଏବଂ ସେ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଅଧିକାରୀଙ୍କ ଜୋରଦାର ବିରୋଧ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ଉଗ୍ର ରୁପ ଦେଖିବାକୁ ମିଳିଥିଲା ।

By amfnews

Related Post