Thu. Jul 9th, 2026

ଯଦି କଶ୍ମୀର ହିନ୍ଦୁବହୁଳ ରାଜ୍ୟ ହୋଇଥାଆନ୍ତା, ତେବେ ବିଜେପି କଦାପି ରାଜ୍ୟରୁ ଧାରା ୩୭୦ ହଟାଇ ନଥାନ୍ତା: ପି ଚିଦାମ୍ବରମ୍‌

183 Views

ନୂଆଦିଲ୍ଲୀ : ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପୁଣି ଥରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଷୋଦଗାର କରିଛନ୍ତି। ସେ ଏଥର ଏହି ପ୍ରସଙ୍ଗକୁ ହିନ୍ଦୁ-ମୁସଲମାନଙ୍କ ସହ ଯୋଡ଼ିଛନ୍ତି।

ପି ଚିଦାମ୍ବରମ୍‌ କହିଛନ୍ତି ଯେ ଯଦି କଶ୍ମୀର ହିନ୍ଦୁବହୁଳ ରାଜ୍ୟ ହୋଇଥାଆନ୍ତା, ତେବେ ବିଜେପି କଦାପି ରାଜ୍ୟରୁ ଧାରା ୩୭୦ ହଟାଇ ନଥାନ୍ତା କି ସେଥିରେ ହାତ ମାରି ନଥାନ୍ତା। କିନ୍ତୁ ମୁସଲମାନବହୁଳ ରାଜ୍ୟ ହୋଇଥିବା ହେତୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି ।

हिंदु बाहुल्य होते तो आर्टिकल 370 को नहीं छुआ जाता

ସେଠାରେ ପରିସ୍ଥିତି ଏବେ ବି ଅଶାନ୍ତ ରହିଛି ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ କୌଣସି ଭାରତୀୟ ଗଣମାଧ୍ୟମ ଏହାକୁ ସାମ୍ନାକୁ ଆଣୁ ନାହାନ୍ତି । ଘାଟିରେ ପରିସ୍ଥିତି ଠିକ୍‌ ନ ଥିବା ସେ ଆକଳନ କରିଛନ୍ତି । ସୂଚନାଯୋଗ୍ୟ, ଆଗରୁ ବି ପି ଚିଦାମ୍ବରମ୍‌ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାନେଇ ଆପତ୍ତି ଉଠାଇଥିଲେ।

By amfnews

Related Post