Mon. Nov 2nd, 2026

ପୁଅ ବାହାରେ ରହୁଥିବାର ସୁଯୋଗ ନେଇ ବୋହୂକୁ ଅସଦାଚରଣ କଲେ ଶଶୁର,

365 Views

ପିପିଲି  : ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳରେ ଜଣେ ବୋହୂକୁ ଶଶୁର ଅସଦାଚରଣ କରିଥିବାର ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାର ଭିଡିଓ ବି ଏବେ ବିଭିନ୍ନ ମୋବାଇଲକୁ ଘୁରି ବୁଲୁଥିବାର ଜଣାଯାଇଛି। ଏହି ଘଟଣା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଗାଆଁର ।

ପୀଡ଼ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଶଶୁର ପଞ୍ଚୁ ମଲ୍ଲିକ (୭୬)ତାଙ୍କୁ ନିୟମିତଭାବେ ଅସଦାଚରଣ କରିବାଲାଗି ଅଶ୍ଳୀଳ ଇଙ୍ଗିତ ଦେଉଥିଲେ। ସେ ଅବଶେଷରେ ନିଜର ନିଜର କାମଲାଳସା ମେଣ୍ଟାଇବାରେ ସଫଳ ହୋଇଥିଲେ। ଆଉ ଏସବୁର ଭିଜୁଆଲକୁ ନିଜ ମୋବାଇଲରେ ରେକର୍ଡିଂ କରିଛନ୍ତି ପୀଡ଼ିତା ବୋହୂ । ଅଭିଯୋଗ ଅନୁଯାୟୀ ଘରେ ସ୍ୱାମୀ ରହୁ ନଥିବାର ସୁଯୋଗ ନେଇ ଶ୍ୱଶୁର ଜଣକ ପୂର୍ବରୁ ଅନେକ ଥର ବୋହୂଙ୍କୁ ଏଭଳି ନିର୍ଯାତନା ଦେଇଆସୁଥିଲେ । କିନ୍ତୁ ଏନେଇ ବୋହୂ ସ୍ୱାମୀ ଓ ପରବାରବର୍ଗଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ କେହି ବିଶ୍ୱାସ କରିନଥୁଲେ । ଶେଷରେ ପ୍ରମାଣ ପାଇଁ ଏକ ଭିଡିଓ ସୁଟ୍ କରିଛନ୍ତି ପୀଡ଼ିତା ।

Image result for pipili

ଅଭିଯୁକ୍ତ ପଞ୍ଚୁ ମଲ୍ଲିକ ଜଣେ ଅବସରପ୍ରାପ୍ତ ଆରପିଏଫ୍ ଇନସ୍ପେକ୍ଟର। ତାଙ୍କ ପୁଅ ତଥା ପୀଡ଼ିତାଙ୍କ ସ୍ବାମୀ ରେଳବାଇରେ ଚାକିରି କରୁଥିବା ହେତୁ ଓଡ଼ିଶା ବାହାରେ ରହନ୍ତି। ପୀଡ଼ିତାଙ୍କର ଏକ ୨ବର୍ଷର ପୁଅଟିଏ ଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ପୀଡ଼ିତା ପିପିଲି ଥାନାରେ ଅଭିଯୋଗ କରିବାପରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ପ୍ରସ୍ତୁତ ହେବାବେଳକୁ ଅଭିଯୁକ୍ତ ଶଶୁରଙ୍କୁ ଗିରଫ କରାଯାଇନାହିଁ।

By amfnews

Related Post