Fri. Jul 3rd, 2026

ମୟୂରଭଞ୍ଜ ମେଡିକାଲ୍‌ କଲେଜ ପାଇଁ ରାଜ୍ୟ ସରକାର ୮୦% ଅର୍ଥ ଖର୍ଚ୍ଚ କରିଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

365 Views

ବାରିପଦା: ମୟୂରଭଞ୍ଜ ମେଡିକାଲ୍‌ କଲେଜ ପାଇଁ ରାଜ୍ୟ ସରକାର ୮୦% ଅର୍ଥ ଦେଇଛି, କେନ୍ଦ୍ର ସରକାର ମାତ୍ର ୨୦% ଅର୍ଥ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମେଡିକାଲ କଲେଜ ପାଇଁ କିଛି କଲେନାହିଁ। ରାଜ୍ୟ ସରକାରଙ୍କ ଯୋଗୁଁ କଲେଜ ପ୍ରତିଷ୍ଠା ସମ୍ଭବ ହେଲା। ଏହା କେଉଁ ପ୍ରକାର ହୀନ ରାଜନୀତି ବୋଲି ସେ ମୁଖ୍ୟମନ୍ତ୍ରୀ କହିବା ସହ ଓଡ଼ିଶାବାସୀ ଏହାର ଠିକଣା ଯବାବ ଦେବେ ବୋଲି କପ୍ତିପଦା ଓ ଚିତ୍ରଡ଼ାରେ ନିର୍ବାଚନୀ ସଭାରେ ସେ ଗୁରୁତ୍ୱ ଦେଇ କହିଛନ୍ତି।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଲେ, ଫାଇଲିନ୍‌, ତିତିଲି, ହୁଡୁହୁଡ୍‌ ଆଦି ବାତ୍ୟା ଏବଂ ମରୁଡ଼ି ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀଙ୍କର ଦେଖା ନ ଥିଲା, ଏବେ ଭୋଟ୍‌ ପାଇଁ ଦୌଡୁଥିବା କଥା ସେ ଦୋହରାଇଥିଲେ।

ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ଆସିଥିବାରୁ ସେ ନିଜେ ଖୁସ ବୋଲି କହିଥିଲେ। ତାଙ୍କ କଥା ଶୁଣିବାକୁ ଖରା ସତ୍ତ୍ୱେ ଆସିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

ସମବେତ ହଜାର ହଜାର କର୍ମୀ ଓ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ ଯେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ପୁଣି ଦିଆଯିବ।

By amfnews

Related Post