Fri. May 22nd, 2026

ମ୍ୟାଚ ଚାଲିଥିବା ସମୟରେ ଭାରତୀୟ କ୍ରିକେଟର ହେଲେ ହୃଦଘାତର ଶିକାର, ହସପିଟାଲ ପହଞ୍ଚିବା ପୂର୍ବରୁ ହେଲା ମୃତ୍ୟୁ !

193 Views

ଅଗରତାଲା: ତ୍ରିପୁରାର ରାଜଧାନୀ ଅଗରତାଲାରେ କ୍ରିକେଟ୍‌ ମଇଦାନରେ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି। ମୃତ ଖେଳାଳିଙ୍କ ନାମ ମିଥୁନ୍‌ ଦେବବର୍ମା। ସେ ତ୍ରିପୁରା ଅଣ୍ଡର୍‌-୨୩ ଟିମର ଖେଳାଳି ଥିଲେ। ମିଥୁନଙ୍କ ମୃତ୍ୟୁର ଖବର ଶୁଣି ତ୍ରିପୁରା କ୍ରିକେଟ୍‌ ଆସୋସିଏସନର ଅଧ୍ୟକ୍ଷ ମାଣିକ ଶାହ ଘଟଣାସ୍ଥଳରେ ପହଞ୍ଚିବା ସହ ଆଉ କିଛି କ୍ରିକେଟର ମଧ୍ୟ ଏଭଳି ଘଟଣାରେ ସ୍ତବ୍ଧ ହୋଇଯାଇଛନ୍ତି।

ପ୍ରକାଶିତ ଖବର ମୁତାବକ, ମଙ୍ଗଳବାର ଅଗରତାଲାର ମହାରାଜା ବୀର ବିକ୍ରମ କ୍ରିକେଟ୍‌ ଷ୍ଟାଡିୟମରେ ଏକ ପ୍ରାକ୍ଟିସ୍‌ ମ୍ୟାଚ୍‌ ଚାଲିଥିଲା। ଯେଉଁଥିରେ ମିଥୁନ୍‌ ଦେବବର୍ମା ମଧ୍ୟ ଖେଳୁଥିଲେ। ମିଥୁନ୍‌ ଫିଲ୍‌ଡିଂ କରୁଥିବା ବେଳେ ହଠାତ ପଡ଼ିଆରେ ପଡ଼ି ଯାଇଥିଲେ। ମିଥୁନଙ୍କୁ ଏଭଳି ଅବସ୍ଥାରେ ସାଥୀ ଖେଳାଳିମାନେ ତାଙ୍କୁ ସେଠାରୁ ଉଠାଇ ସ୍ଥାନୀୟ ଇନ୍ଦିରା ଗାନ୍ଧି ମେମୋରିଆଲ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ମିଥୁନ୍‌ ଦେବବର୍ମାଙ୍କ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ମିଥୁନ୍‌ ଦେବବର୍ମାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

By amfnews

Related Post