Sun. Sep 27th, 2026

ତନଖି ବେଳେ କେନାଲ ଭିତରକୁ ପଶିଗଲା ଗଞ୍ଜାଇ ଚୋରା ଚାଲାଣ କରୁଥିବା କାର

294 Views

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସାମୁଏଲ ହିକ୍କାଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର -ବିନିକା ମୁଖ୍ୟ ରାସ୍ତାରେ ଏକ କାରକୁ ଅଟକାଯାଇ ତନଖି କରାଯାଉଥିବା ବେଳେ କାରଟି ଭାରାସାମ୍ୟ ହରାଇ କେନାଲ ଭିତରେ ପଶିଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିନିକା ବ୍ଳକ ଅନ୍ତର୍ଗତ ସଂସାମୁରାପ ଛକ ପାଖରେ ଏକ ଗଞ୍ଜାଇ ଚୋରା ଚାଲାଣ କରୁଥିବା ଓଡି ୩୧ ସି ୦୦୦୯ ନମ୍ବର କାରକୁ ଅଟକାଇ ବା ସମୟରେ ଭାରାସାମ୍ୟ ହରାଇ କେନାଲ ଭିତରେ ପଶିଯାଇଥିଲା ।ତେବେ ଘଟଣା ସ୍ଥଳରୁ କାର ଡ୍ରାଇଭର ଫେରାର ହୋଇଥିଲା। ଅନ୍ୟ ଜଣକୁ ଅବକାରୀ ବିଭାଗ ଅଟକ ରଖିଛି । କାରକୁ କେନାଲ ଭିତରୁ ଉଦ୍ଧାର କରି ସୁବର୍ଣ୍ଣପୁର ନିଆଯାଇଛି ।

 ଏହି ଚଢ଼ାଉ ସମୟରେ କନେଷ୍ଟବଳ ପିଣ୍ଟୁ ସାହୁ, ପୃଥ୍ୱୀରାଜ କୁଅଁର, ଏସଆଇ,ପ୍ରଦୀପ ରଥ ଏସଆଇ ଏବଂ ଅବକାରୀ ଇନସ୍ପେକ୍ଟର ପ୍ରଶାନ୍ତ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।
ନିୟମ ଅନୁସାରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜାଇ ଜବତ କରିବାର କଥା । କିନ୍ତୁ ତାହାକୁ କାହିଁକି ପାଳନ କରାଗଲା ନାହିଁ ତାହା ଏବେ ଚର୍ଚ୍ଚା ବିଷୟ ହୋଇଛି।

By amfnews

Related Post