Tue. Aug 4th, 2026

ମୋଦୀଙ୍କ ନୂଆବର୍ଷ ଉପହାର, ଆଜି କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ କଲେ ପିଏମ୍ ମୋଦୀ

360 Views

ଦିଲ୍ଲୀ,ଜାନୁଆରୀ 05 : ନବବର୍ଷରେ ଦେଶବାସୀଙ୍କୁ ଆଉ ଏକ ଉପହାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ମୋଦୀ ଆଜି ତିନି ହଜାର କୋଟି ଟଙ୍କା ବେୟର  କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ  ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ କଲେ।

ଏହି ସମଗ୍ର ପାଇପଲାଇନର ଲମ୍ବ ପ୍ରାୟ ୪୫୦ କିଲୋମିଟର। ଯାହା ସିଧାସଳଖ ଭାବେ ଅନେକ ଜିଲ୍ଲାକୁ ଲାଭବାନ୍ କରିବ। ଏହି ପାଇପଲାଇନ ଏର୍ନାକୁଲମ, ତ୍ରିସୁର, ପାଲକ୍କଡ, ମାଲାପୁରାମ, କନ୍ନୁର ଏବଂ କାସରଗୋଡ ଜିଲ୍ଲାରୁ ବାହାରିବ।ଯାହାଫଳରେ ଏହି ସବୁ ଜିଲ୍ଲା ଏହାର ଲାଭ ଉଠାଇ ପାରିବେ । ଏହି ପାଇପଲାଇନ ଜି.ଏ.ଆଇ.ଏଲ ଦ୍ୱାରା ନିର୍ମାଣ କରାଯାଇଛି। ଏଥିସହ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣ କମିଯିବ। ଯାହା ବାୟୁର ଗୁଣବତ୍ତାକୁ ଉନ୍ନତ କରିବ।

By amfnews

Related Post