Thu. Oct 1st, 2026

ମୋଦି, ଟ୍ରମ୍ପ ଏବଂ ସିଞ୍ଜୋ ଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ, ଫୋକସରେ ଆତଙ୍କବାଦ

386 Views

ଓସାକା, ଜାପାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏକ ଅନୌପଚାରିକ ବୈଠକରେ ଯୋଗ ଦେଇ ମୋଦି ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ ଆହ୍ୱାନ କରିଛନ୍ତି। ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଯଥା ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ବ୍ରାଜିଲ ରାଷ୍ଟ୍ରପତି ବୋଲଶୋନାରୋ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋଶ୍ ଉପସ୍ଥିତ ଥିଲେ।
ମୋଦି କହିଛନ୍ତି ଆତଙ୍କବାଦୀ ଖାଲି ନିରୀହ ଲୋକଙ୍କୁ ଟାର୍ଗେଟ କରନ୍ତି ନାହିଁ ସେମାନେ ସମଗ୍ର ମାନବ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଢ଼ ହସ୍ତରେ ଦମନ କରିବାକୁ  ହେବ ବୋଲି। ଏଥିପାଇଁ ସମସ୍ତ ଦେଶକୁ ଏକ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହ ବ୍ରାଜିଲ୍ ରାଷ୍ଟ୍ରପତି ଓ ଦକ୍ଷିଣ-ଆଫ୍ରିକା ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇ ଆସିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ସେହିପରି ଅନ୍ୟ ଏକ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରିପାକ୍ଷିକ ବୈଠକରେ ଇଣ୍ଡୋ ପାସିଫିକ ଦେଶର ବିକାଶ ଉପରେ ଜୋର ଦେଇଛନ୍ତି ମୋଦି।
ଏହାପରେ ଡୋନାଲ୍ଡ ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ବସିଥିଲା। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଥିବା ଟ୍ରେଡ୍ ଓ୍ୱାର ଏବଂ ଋଷିଆ ସହ ପ୍ରତିରକ୍ଷା ଚୁକ୍ତି ବାବଦରେ ଆଲୋଚନା ହୋଇଛି। ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପର ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ଭାରତୀୟ ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

By amfnews

Related Post