Fri. Apr 24th, 2026

ପୁଣି ମମତାଙ୍କୁ ଭେଟିଲେ ରାଜନୀତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର

249 Views

କୋଲକାତା : ଦେଶର ଜଣାଶୁଣା ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଗତକାଲି ପଶ୍ଚିମବଙ୍ଗର ସଚିବାଳୟରେ ମମତା ବାନାର୍ଜୀ, ତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ପାଖାପାଖି ଦୁଇ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ଏଥିପାଇଁ ମମତାଙ୍କ ତୃଣମୂଳ କଂଗ୍ରେସ ପାଇଁ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଭାବେ କାମ କରିବା ପାଇଁ ପ୍ରଶାନ୍ତ କିଶୋରଙ୍କୁ ମମତା ଅନୁରୋଧ କରିଛନ୍ତି।
ବୈଠକ ପରେ ପ୍ରଶାନ୍ତ କିଶୋର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଯାଏ କିଛି ସ୍ଥିର ହୋଇନାହିଁ। ସମସ୍ତ ନିଷ୍ପତ୍ତି ଚୂଡ଼ାନ୍ତ ହେଲେ ସେ ଜଣାଇେବୋ ବୋଲି କହିଛନ୍ତି। ମମତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଏହି ବୈଠକ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହୋଇଛି।
ଏହାପରେ ପଶ୍ଚିମବଙ୍ଗର ପ୍ରମୁଖ ବିଜେପି ନେତା ତଥା ଏକଦା ମମତାଙ୍କ ଘନିଷ୍ଠ ଥିବା ମୁକୁଲ ରୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମମତା ପ୍ରଥମେ ଗୃହ ଓ ସ୍ୱାସ୍ଥ୍ୟ ବିଭାଗରୁ ଇସ୍ତଫା ଦେବା ଉଚିତ୍। ସେ ଏହି ଦୁଇ ବିଭାଗକୁ ସମ୍ଭାଳିବାରେ ବିଫଳ ହୋଇଛନ୍ତି। ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ବିଶ୍ୱାସ ହରାଇ ସାରିଛନ୍ତି। କୌଣସି ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଯେତେ ଚେଷ୍ଟା କଲେ ସୁଦ୍ଧା ତାଙ୍କୁ ବିଜୟୀ କରିପାରିବେ ନାହିଁ ବୋଲି ଶ୍ରୀ ରୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

By amfnews

Related Post