Mon. Sep 28th, 2026

ମେଳଣ ଦେଖିବାକୁ ଆସି ଦୁଷ୍କର୍ମର ଶିକାର ହେଲେ ଦିବ୍ୟାଙ୍ଗ ନାବାଳିକା

378 Views

ନିଆଳି : ରାଜ୍ୟରେ ପୁଣି ଦୁଷ୍କର୍ମର ଶିକାର ହେଲେ ଜଣେ ନାବାଳିକା। ନିଆଳି ଅଞ୍ଚଳ କସର୍ଦ୍ଦା ମେଳଣ ଯାତ୍ରା ବେଳେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ  ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁସାରେ, ଗୁରୁବାର କସର୍ଦ୍ଦା ମେଳଣ ଯାତ୍ରା ଚାଲିଥିବା ବେଳେ ରାତ୍ରି ପ୍ରାୟ ୩ଟାରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ପତ୍ରକଣା ଗାଁର ଜଣେ  ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଅଭିଯୁକ୍ତ ମାଡ଼ ମାରି ନାବାଳିକାଙ୍କ ମୁହଁ ଓ ଆଖି ଫଟାଇଦେଇଥିଲେ। ତେବେ ନାବାଳିକାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦୁଷ୍କର୍ମକାରୀଙ୍କୁ ଅଟକ ରଖିଥିଲେ।

By amfnews

Related Post