Mon. Oct 19th, 2026

ମୁମ୍ବାଇରେ ବଲିଉଡ୍ କିଂବଦନ୍ତି ରିଷି କପୁରଙ୍କ ଦେହାନ୍ତ

337 Views

ମୁମ୍ବାଇ: ଗୁରୁବାର ପ୍ରତ୍ୟୁଷରେ ହିନ୍ଦୀ ଚଳଚ୍ଚିତ୍ର ଜଗତ୍‌ର କିଂବଦନ୍ତି ଅଭିନେତା ରିଷି କପୁର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ମୁମ୍ବାଇର ସାର୍ ଏଚ୍‌ ଏନ୍ ରିଲାଏନ୍‌ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଟୁଇଟ୍‌ କରି ଅମିତାଭ ବଚ୍ଚନ ଲେଖିଛନ୍ତି, ସେ ଚାଲିଯାଇଛନ୍ତି..! ଋଷି କପୁର… ଚାଲିଯାଇଛନ୍ତି… ଏହିକ୍ଷଣି ସେ ଶେଷ ନିଃଶ୍ବାସ ତ୍ୟାଗ କଲେ। ମୁଁ ଅବସନ୍ନ ହୋଇପଡୁଛି!

By amfnews

Related Post