Sun. Oct 18th, 2026

ଜୟପୁରସ୍ଥିତ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର୍

381 Views

ଜୟପୁର: ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର୍ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ। ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର୍ ଟି.ଆପଙ୍ଗ ଆଓ ଆଜି ସକାଳୁ ସକାଳୁ ଜୟପୁରସ୍ଥିତ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସାରି ମାଲକାନଗିରି ଅଭିମୁଖେ ବାହାରିଥିଲେ।

ସେପଟେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ଗୋଟିଏ ପଜିଟିଭ୍ ବାହାରିବା ପରେ ଏଠାକାର ସ୍ଥିତି ପରଖିଥିଲେ। ରାଜ୍ୟସ୍ତରୀୟ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା ପରେ ଉକ୍ତ ପଜିଟିଭ୍ ଜିହ୍ନଟଙ୍କୁ ଜୟପୁର ଠାରେ ନ ରଖି ଭୁବନେଶ୍ୱର କିମସ ପଠାଗଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହାସହ ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲାରେ ମୋଟ ୫୨୫ ସ୍ୱାବ୍ ପରୀକ୍ଷା ପାଇଁ ଯାଇଛି। ସେଥିରୁ ୪୭୯ ନେଗେଟିଭ୍ ଥିବା ବେଳେ ଗୋଟିଏ ପଜିଟିଭ ବାହାରିଥିବା କହିଛନ୍ତି  ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ।

By amfnews

Related Post