Mon. Aug 17th, 2026

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଇନଜୀବୀ

396 Views

କଟକ/ଭଦ୍ରକ/ଅନୁଗୁଳ: ଗତ ଦୁଇ ଦିନ ତଳେ ହାଇକୋର୍ଟ ବାର ଆସୋସିଏନ ଭିତରେ ପୁଲିସ ମୂତୟନ,  ଅଣଓକିଲଙ୍କ ଜରିଆରେ ବିଜୁ ଆଇନଜୀବୀ  ସାମୁଖ୍ୟର କର୍ମକର୍ତ୍ତା  ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର ପାଇଁ  ଉଦ୍ୟମ  କରିବା ଓ ତଦ୍‌ଜନିତ ଗଣ୍ଡଗୋଳକୁ ନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇନଜୀବୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟର ବିଜେଡି ସରକାର ଓ ଏହାର ମୁଖ୍ୟଭାବେ ନବୀନ ପଟ୍ଟନାୟକ ଆଇନଜୀବୀଙ୍କ ଶାନ୍ତିିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ସହିତ ଗଣ୍ଡଗୋଳ ପାଇଁ ଉସ୍‌କାଇଥିବା ଅଭିଯୋଗ କରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି କଟକ ହାଇକୋର୍ଟ ପରିସରରେ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ସରକାରୀ ବିରୋଧୀ ସ୍ଲୋଗାନ ଦେଇଛନ୍ତିି। ସେହିପରି ଅନୁଗୁଳ ଜିଲ୍ଲା କୋର୍ଟ ଓ ଭଦ୍ରକ କୋର୍ଟ ପରିସରରେ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

By amfnews

Related Post