Thu. Oct 8th, 2026

ମିସନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

766 Views

ଖୋର୍ଦ୍ଧା: ରବିବାର ଅପରାହ୍ଣରେ ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିସନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଥିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାବେଶ ସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ କରିଥିଲେ।
ମିସନ୍‌ ଶକ୍ତି ଅଭିଯାନରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଜିରୋ ପର୍ସେଣ୍ଟ୍‌ ସୁଦ୍ଧରେ ଋଣ ଯୋଗାଇ ଦିଆଯାଉଛି। ମହିଳାମାନେ ଏହାଦ୍ୱାରା ଖୁବ୍‌ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏତେ ସଂଖ୍ୟକ ମହିଳା ଯୋଗଦେଇ ସମାବେଶକୁ ସାଫଲ୍ୟମଣ୍ଡିତ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମିଶନ୍‌ ଶକ୍ତିର ବିଭିନ୍ନ ସଫଳତା ସଂକ୍ରାନ୍ତରେ କେତେକ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ।

By amfnews

Related Post