Wed. Sep 23rd, 2026

ମା’ ବାଘୁଣୀ ସହ ୨ ଶାବକ ମୃତ

242 Views

ଚନ୍ଦ୍ରପୁର : ଦିନକୁ ଦିନ ମହାରାଷ୍ଟ୍ରରେ ବାଘ ମଡ଼କ ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ଚନ୍ଦ୍ରପୁର ଜିଲ୍ଲାରେ ଗୋଟିଏ ବାଘୁଣୀ ଓ ତା’ର ଦୁଇଟି ଶାବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ ଏସ୍‌ଭି ରାମାରାଓ କହିଛନ୍ତି, “ଚିମୁର ଫରେଷ୍ଟ ରେଞ୍ଜ ଅଧିନରେ ଥିବା ମେଟେପୁର ଗାଁର ଏକ ଡ୍ରେନ ନିକଟରୁ ବାଘୁଣୀ ଓ ୨ ଶାବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ କେମିତି ଏମାନଙ୍କ ମୃତ୍ୟୁ ହେଲା, ତା’ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।” କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଥିବା ବ୍ୟାଘ୍ର ସଂରକ୍ଷଣରେ ଏଭଳି ଗୋଟିଏ ପରେ ଗୋଟିଏ ବାଘଙ୍କ ମୃତ୍ୟୁ ଘଟୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା।

By amfnews

Related Post