Wed. Sep 23rd, 2026

ଆମେରିକା ଗସ୍ତ ବେଳେ ରାଷ୍ଟ୍ରଦୂତଙ୍କ ଘରେ ରହିବେ ଇମ୍ରାନ

204 Views

ଇସ୍‌ଲାମାବାଦ  : ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦିନକୁ ଦିନ ପାକିସ୍ତାନ ସରକାରଙ୍କ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଦେଶର ଅର୍ଥନୀତିକୁ ଠିକ୍‌ ଟ୍ରାକ୍‌କୁ ଆଣିବା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଉଦ୍ୟମ ଜାରି ରଖିଛନ୍ତି। ଏବେ ସରକାରୀ ଖର୍ଚ୍ଚକୁ କାଟ କରିବାକୁ ଇମ୍ରାନ୍‌ ଖାନ୍‌ ଏକ ଅଭିନବ ଉପାୟ ଆପଣାଇଛନ୍ତି।

ଆସନ୍ତା ୨୧ ତାରିଖରୁ ଇମ୍ରାନ ୩ ଦିନ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ତାଙ୍କୁ ହୋଟେଲରେ ରହିବାକୁ ପଡ଼ିବ। ତେବେ ଏହି ହୋଟେଲ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଇମ୍ରାନ୍‌ ଖାନ୍‌ ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ରାନ୍‌ ଖାନ୍‌ ଆମେରିକା ଗସ୍ତ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଇମ୍ରାନ ୩ ଦିନ ପାଇଁ ଏଭଳି ଆମେରିକାକୁ ସରକାରୀ ଗସ୍ତରେ ଯାଉଛନ୍ତି। କିନ୍ତୁ ଖର୍ଚ୍ଚ କାଟ୍‌ କରିବା ପାଇଁ ସେ ଆମେରିକାରେ ଅବସ୍ଥାପିତ ପାକ୍‌ ରାଷ୍ଟ୍ରଦୂତ ଆସଦ ମଜୀଦ ଖାନ୍‌ଙ୍କ ଘରେ ରହିବେ।

ପାକିସ୍ତାନ ରାଷ୍ଟ୍ରଦୂତଙ୍କ ବାସଭବନ ୱାଶିଂଟନର ଡିପ୍ଲୋମାଟିକ୍‌ ଏନକ୍ଲେଭ ମଧ୍ୟରେ ରହିଛି। ଏହି ଅଞ୍ଚଳରେ ଭାରତ, ଜାପା, ତୁର୍କୀ ଭଳି ଦେଶର ଦୂତାବାସ ମଧ୍ୟ ରହିଛି। ଇମ୍ରାନ୍‌ ଆମେରିକା ଗସ୍ତ ବେଳେ ବିଭିନ୍ନ ସରକାରୀ ଅଧିକାରୀ, ସାଂସଦ, ମିଡିଆ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବେ।

By amfnews

Related Post