Thu. May 14th, 2026

ମାଳଦ୍ୱୀପରେ ଚୀନ୍‌ର ଆର୍ଥିକ ସାହାଯ୍ୟରେ ନିର୍ମିତ ସେତୁ ଉଦ୍‌ଘାଟନକୁ ବର୍ଜନ କଲା ଭାରତ

286 Views

ନୂଆଦିଲ୍ଲୀ  :  ମାଳଦ୍ୱୀପର ‘ସିନାମାଲେ ସେତୁ’ ଉଦ୍‌ଘାଟନ ଉତ୍ସବରେ ଭାରତ ଯୋଗ ଦେଇ ନାହିଁ। ଚୀନ୍‌ର ଫ୍ଲାଗ୍‌ସିପ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ପ୍ରୋଜେକ୍ଟରେ ନିର୍ମିତ ଏହି ସେତୁ ମାଳଦ୍ୱୀପର ରାଜଧାନୀ ମାଲେକୁ ଏୟାର୍‌ପୋର୍ଟ ଆଇଲାଣ୍ଡ୍‌ ସହ ସଂଯୁକ୍ତ କରୁଛି। ଗୁରୁବାର ଦିନ ଏହି ସେତୁର ଉଦ୍‌ଘାଟନୀ ଉତ୍ସବରେ ଭାରତର ରାଷ୍ଟ୍ରଦୂତ ଅଖିଳେଶ ମିଶ୍ର ଯୋଗ ଦେଇ ନାହିାଁନ୍ତି।

ଜଣେ ଶୀର୍ଷସ୍ତରୀୟ ମାଳଦ୍ୱୀପୀୟ ସରକାରୀ ଅଧିକାରୀ କହିଛନ୍ତି: ଆମ ସରକାର ତାଙ୍କୁ ଆମନ୍ତ୍ରଣ କରିଥିଲେ, କିନ୍ତୁ ସେ ଆସିଲେ ନାହିଁ।
ଏହି ବିଷୟରେ ଭାରତୀୟ ଅଧିକାରୀମାନେ ବିବୃତି ଦେବାକୁ ଇଚ୍ଛା କରି ନାହାନ୍ତି। ଉଦ୍‌ଘାଟନୀ ଉତ୍ସବରେ ମିଶ୍ର ଯୋଗ ନ ଦେବା ଉଚିତ ହୋଇଛି ବୋଲି ପରେ ଜଣାପଡ଼ିଲା। ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଚୀନା ବାଣରୋଶଣିରେ ଝଲକି ଉଠିଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟାନ୍ୟ ଦେଶର ରାଷ୍ଟ୍ରଦୂତମାନେ ବି ଯୋଗ ଦେଇଥିଲେ। କିନ୍ତୁ, ଉତ୍ସବରେ ଉପସ୍ଥିତ ରାଷ୍ଟ୍ରପତି ଅବ୍‌ଦୁଲ୍ଲା ୟାମୀନ୍‌ଙ୍କ ନିରାପତ୍ତା ରକ୍ଷୀମାନେ ସେ ରାଷ୍ଟ୍ରଦୂତଙ୍କ ପ୍ରତି ସମ୍ମାନଜନକ ଆଚରଣ ପ୍ରଦର୍ଶନ କରି ନ ଥିଲେ।

ମାଳଦ୍ୱୀପୀୟ ବିରୋଧୀ ଦଳ ଅଭିଯୋଗ କରିଛି ଯେ କେବଳ ଚୀନ୍‌ ରାଷ୍ଟ୍ରଦୂତଙ୍କ କାର୍‌କୁ ଉଦ୍ଘାଟନସ୍ଥଳୀ ଯାଏଁ ଛଡ଼ା ଯାଇଥିଲା। ସାଂସଦ ଏବଂ ମିଳିତ ବିରୋଧୀଦଳ ମୁଖପାତ୍ର ଅହମଦ୍‌ ମାହଲୂଫ୍‌ ଟୁଇଟ୍‌ କରିଛନ୍ତି: ୟାମିନ୍‌ଙ୍କ ନିରାପତ୍ତା ରକ୍ଷୀମାନେ କାର୍‌ ଅଟକା ଯାଇ ଚାଲି ଚାଲି ଯିବାକୁ କହିବାରୁ ଉଦ୍‌ଘାଟନୀ ଉତ୍ସବକୁ ଶ୍ରୀଲଙ୍କା ଓ ବାଂଲାଦେଶର ରାଷ୍ଟ୍ରଦୂତମାନେ ବର୍ଜନ କରିଥିଲେ। ଉତ୍ସବସ୍ଥଳୀକୁ କେବଳ ଚୀନ୍‌ ରାଷ୍ଟ୍ରଦୂତଙ୍କୁ କାର୍‌ ନେଇ ଯିବାକୁ ଅନୁମତି ମିଳିଥିଲା। ପାରମ୍ପରିକ ବନ୍ଧୁଙ୍କୁ ଏମିତି ଅପମାନ।

କୂଟନୈତିକ ଇତିହାସରେ ୨୦୦ ନିୟୁତ ଡଲାର୍‌ ମୂଲ୍ୟର ଏହି ସେତୁଟି ସବୁଠୁ ବଡ଼ କୃତିତ୍ୱ ବୋଲି ୟାମିନ୍‌ ବର୍ଣ୍ଣନା କରିଥିଲେ।

By amfnews

Related Post