Sun. Sep 13th, 2026

ଶାବଳରେ ପିଟି ହତ୍ୟା

381 Views

ଡେରାବିଶ    :   କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଏଣ୍ଡର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଶାବଳରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହରେକୃଷ୍ଣ ମଲିକ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର କେତେଜଣ ଯୁବକ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସସ୍ମିତା ଏତଲାରେ ଦର୍ଶାଇଛନ୍ତି ଯେ, ସ୍ୱାମୀଙ୍କ ଉପସ୍ଥିତିରେ ସେମାନେ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ହରେକୃଷ୍ଣ ବିରୋଧ କରିବାରୁ ମିଟୁ ମଲିକ, ସନ୍ତୋଷ ମଲିକଙ୍କ ସମେତ ଅନ୍ୟ ୮ଜଣ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗୁରୁତର ହରେକୃଷ୍ଣଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସସ୍ମିତା କହିଛନ୍ତି।

By amfnews

Related Post