Sat. May 16th, 2026

ମାଲକାନଗିରି: ପିିଆଜ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ, ୮ କ୍ୟୁଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

487 Views

ମାଲକାନଗିରି: ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ଛତିଶଗଡ଼ର ରାୟପୁରୁ କୁ ଭାୟା ଓଡ଼ିଶାର ମାଲକାନଗିରି ଚିତ୍ରକୋଣ୍ଡା ଦେଇ ଚାଲାଣ ହେଉଥିବା ପିଆଜ ବୋଝେଇ ଟ୍ରକରୁ ପୁଲିସ ୮କ୍ୟୁଣ୍ଟାଲ ୧୨ କେଜି ଓଜନର ଚୋରା ଗଞ୍ଜେଇ ଜବତ କରିଛି। ଏହି ଘଟଣା ରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।
ମିଳିଥିିବା ସୂଚନା ଅନୁଯାୟୀ, ରାଜମହେନ୍ଦ୍ରରୁ ରାୟପୁରକୁଆରଜେ ୦୫ ଜିବି ୫୯୫୫ ନମ୍ବର ବିଶିଷ୍ଟ ଏକ ପିଆଜ ବୋଝେଇ ଟ୍ରକ୍‌ ଗତକାଲି ରାତିରେ ଯାଉଥିଲା। ଏହି ଟ୍ରକଟିି ମିଲକାନଗିରି ଜିଲ୍ଲା ତିତ୍ରକୋଣ୍ଡା ଦେଇ ଯାଉଥିଲା। ତେବେ ଚିତ୍ରକୋଣ୍ଡା ନିକଟରେ ଏଥିରେ ୮ କ୍ୟୁଣ୍ଟାଲ ୧୨ କେଜି ଗଞ୍ଜେଇ ବିଭିନ୍ନ ସାଇଜରେ ପ୍ୟାକେଟ କରାଯାଇ ଭର୍ତ୍ତି କରାଯାଇଥିଲା। ତେବେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ମୁଦୁଲିପଡ଼ା ଥାନା ପୁଲିସ ଟ୍ରକ୍‌ଟିକୁ ରାଜ୍ୟ ରାଜପଥର ଘୋଡ଼ାଘାଟ ନିକଟରେ ଅଟକାଇ ସେଥିରୁ ସମସ୍ତ ଗଞ୍ଜେଇ ଜବତ କରିବା ସହିତ ଏହି ଘଟଣାରେ ଅନୁଗୁଳର ତଥା ଟ୍ରକ୍‌ ଡ୍ରାଇଭର ଦୀପକ ସାହୁ ହେଲପର ବିଶ୍ୱରଞ୍ଜନ ସାହୁଙ୍କୁ ଗିରଫ କରିଛି।

By amfnews

Related Post