Sun. Sep 27th, 2026

ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାର ଦ୍ୱିତୀୟ ଦିନ: ଯାଞ୍ଚ କଡ଼ାକଡ଼ି ହେବାରୁ ପରୀକ୍ଷା ଦେଲେନି ୪୦ ହଜାରରୁ ଅଧିକ ପିଲା

545 Views

ଲକ୍ଷ୍ନୌ: ଶୁକ୍ରବାର ଦ୍ୱିତୀୟ ଦିବସରେ ପହଞ୍ଚିଥିବା ଚଳିତ ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାକୁ ପ୍ରାୟ ୪୦, ୩୯୨ ଜଣ ପିଲା ଏଡ଼ାଇ ଦେଇ ଛନ୍ତି। ପ୍ରଥମ ଦିନ ୨୦, ୬୭୪ ଜଣ ପିଲା ପରୀକ୍ଷା ଦେବାକୁ ଆସି ନ ଥିଲେ ବୋଲି ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ୍‌ ଶୁକ୍ରବାର ଦେଇଥିବା ହିସାବରୁ ଜଣା ପଡ଼ିଛି।

ଉତ୍ତର ପ୍ରଦେଶ ବୋର୍ଡ ସେକ୍ରେଟାରି ନୀନା ଶ୍ରୀବାସ୍ତବ କହନ୍ତି: ପ୍ରାୟ ୪୦, ୩୯୨ ଜଣ ପିଲା ପରୀକ୍ଷା ଦେବାକୁ ଆସି ନାହାନ୍ତି। ପ୍ରଥମ ଦୁଇ ଦିନ ପରୀକ୍ଷା ପରେ ଉପସ୍ଥିତ ହୋଇଥିବା ପିଲାଙ୍କ ଉପସ୍ଥାନ ମେଳ କରି ଏ କଥା ଜାଣି ହୋଇଛି। ‘କପି’ର ଅବସାନ ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରାଯିବାରୁ କି, ଅନ୍ୟ କିଛି କାରଣ ପାଇଁ ଏମିତି ହୋଇ ଆମେ ଠିକ୍‌ ଭାବେ କହି ପାରିବୁ ନାହିଁ।

ଗତବର୍ଷ ମଧ୍ୟ ୧୦, ୪୪, ୬୧୯ ପିଲା ପରୀକ୍ଷା ଦେଇ ନ ଥିଲେ।

By amfnews

Related Post