Sun. Sep 27th, 2026

ମାମୁକୁ କାଠ ଫାଳିଆରେ ମାରି ହତ୍ୟା କଲା ଭାଣିଜୀ

184 Views

ବାଲେଶ୍ୱର : ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଦା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ଯୁବକଙ୍କ ନାଁ ତେଲି ସିଂ। ତାଙ୍କ ଭାଣିଜୀ ଗୁରୁବାରୀକୁ ପୁଲିସ୍‌ ଗିରଫ କରିଛି।

ବିବାହ ପରେ ଗୁରୁବାରୀ ତାଙ୍କ ମାମୁ ଘରେ ରହୁଥିଲେ। ତାଙ୍କ ସ୍ୱାମୀ ବାହାରେ ରହୁଥିଲେ। ଗତକାଲି କୌଣସି କଥାକୁ ନେଇ ମାମୁ ଓ ମାଇଁଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଏହି ସମୟରେ ଗୁରୁବାରୀ ଉତ୍‌କ୍ଷିପ୍ତ ହୋଇ ତାଙ୍କ ମାମୁଙ୍କ  ମୁଣ୍ଡକୁ  ଏକ କାଠ ଫାଳିଆରେ ପିଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥା ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post