Thu. Jun 11th, 2026

ମହା ବିକାଶ ଅଘାଡି ବିରୋଧରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

209 Views

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ବିଜେପି ସହ ମେଣ୍ଟ ଭାଙ୍ଗି ଏନସିପି-କଂଗ୍ରେସ ସହ ମେଣ୍ଟ କରିଛି। ଶିବସେନାର ଏହି ପଦକ୍ଷେପ ରାଜ୍ୟବାସୀଙ୍କ ବିଶ୍ୱାସ ଭାଙ୍ଗିଛି କହି ସୁପ୍ରିମକୋର୍ଟଙ୍କ ଦ୍ୱରାସ୍ଥ ହୋଇଥିଲେ ଜଣେ ବିଜେପି କର୍ମୀ। ଜରୁରୀ ଶୁଣାଣି ପାଇଁ ସେ କୋର୍ଟରେ ନିବେଦନ କରିଥିଲେ। ହେଲେ କୋର୍ଟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨୪ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ହେଲେ ଶିବସେନା ବିଜେପି ସହ ସରକାରରେ ସାମିଲ ହେବନି ବୋଲି କହିଥିଲା। ଫଳରେ ଏନସିପି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିବାକୁ ଯାଉଛି। ଆଜି ସମସ୍ତ ବିଧାୟକ ଶପଥ ନେଇଛନ୍ତି। ଆସନ୍ତାକାଲି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସନ୍ଧ୍ୟା ୬ଟା ୪୦ରେ ଶିବାଜୀ ପାର୍କରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

By amfnews

Related Post