Thu. Jul 23rd, 2026

ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପରିବାରର ୫ ଜଣଙ୍କୁ ହତ୍ୟା କଲା ସ୍ୱାମୀ!

289 Views

ରାଞ୍ଚି : ଝାଡ଼ଖଣ୍ଡରେ ଜଣେ ବ୍ୟକ୍ତି ପରିବାରର ପାଞ୍ଚ ଜଣଙ୍କୁ ରଡରେ ପିଟି ମାରି ଦେଇଛି। ଗତକାଲି ରାତିରେ ଝାଡ଼ଖଣ୍ଡର କୋଡେରମା ଜିଲ୍ଲାର ହରିଜନ ତୋଳା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତକୁ ପୁଲିସ୍ ଗତକାଲି ଗରିଫ କରିଛି। ଆଜି ମୃତକଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ବୋଲି ପୁଲିସ୍ କହିଛି। ସ୍ତ୍ରୀର ଚରିତ୍ର ଉପରେ ଗଙ୍ଗୋ ସନ୍ଦେହ କରୁଥିବାରୁ ମାନସିକ ଅଶାନ୍ତିରେ ଥିଲା। ତେଣୁ ଏଭଳି ହତ୍ୟାକାଣ୍ଡ ଘଟାଇଛି ବୋଲି ପୁଲିସ ସନ୍ଦେହ କରିଛି।

ସୂଚନାଯୋଗ୍ୟ, ଗଙ୍ଗୋ ଦାସ (୩୦) ଗତକାଲି ରାତିରେ ତାଙ୍କ ଘରକୁ ଆସିଥିଲା। ଘରକୁ ଆସିବା ମାତ୍ରେ ୮ ମାସର ଗର୍ଭବତୀ ସ୍ତ୍ରୀ ଶୀଲା ଦେବୀଙ୍କ ସହିତ ଝଗଡ଼ା କରିଥିଲା। ସ୍ଥିତି ଏମିତି ଉପୁଜିଲା ଯେ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ଘରେ ଉପସ୍ଥିତ ଥିବା ୬୦ ବର୍ଷୀୟ ବୃଦ୍ଧ ମା ଶାନ୍ତି ହସ୍ତକ୍ଷେପ କରିଥିଲେ। ଏହାପରେ ଗଙ୍ଗୋ ଏକ ରଡ଼ ଧରି ସ୍ତ୍ରୀ, ମା ଏବଂ ଝିଅ ରାଧିକା କୁମାରୀ, ପୁଅ ପୀୟୁଷ କୁମାର ଏବଂ ୨ ପଡ଼ୋଶୀ ଘରର ଛୁଆଙ୍କୁ ବାଡ଼େଇଥିଲା।

ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଏହାପରେ ହତ୍ୟାକାରୀ ଜଣଙ୍କ ଘର ଭିତରକୁ ପଶି ଯାଇ କବାଟ କିଳି ଦେଇଥିଲା। ଗାଁ ଲୋକମାନେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ଆସି ଅଭିଯୁକ୍ତକୁ ଗିରଫ କରିଥିଲା।

By amfnews

Related Post