Fri. Jul 3rd, 2026

ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶ କୃଷକଙ୍କ କରଜ ଶୁଝିଲେ ବିଗ୍‌ ବି ଅମିତାଭ ବଚ୍ଚନ

420 Views

ମୁମ୍ବାଇ : ମହାରାଷ୍ଟ୍ରର ୩୫୦ କୃଷକଙ୍କ କରଜ ଶୁୁଝିଲା ପରେ ଏବେ ଉତ୍ତରପ୍ରଦେଶ କୃଷକଙ୍କ କରଜ ଶୁଝିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ଉତ୍ତରପ୍ରଦେଶର ପାଖାପାଖି ୧୩୯୮କୃଷକଙ୍କ ପାଇଁ ୪ କୋଟି ଟଙ୍କା ଦେଇ ବିଗ୍‌ ବି ସେମାନଙ୍କ କରଜ ଶୁଝିଥିବା ଜଣାପଡ଼ିଛି । ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହିତ ଓ୍ଵାନ୍‌ ଟାଇମ୍‌ ସେଟଲମେଣ୍ଟର ଡ଼ିଲ୍‌ କରି ସବୁ କରଜ ଏକା ସାଙ୍ଗରେ ଶୁଝିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏହା ସହ ୭୦ଜଣ କୃଷକଙ୍କୁ ମୁମ୍ବାଇ ଆସି ବ୍ୟାଙ୍କରୁ ନିଜ କରଜ ଶୁଝା ଯାଇ ସାରିଥିବାର ପ୍ରମାଣପତ୍ର ନେବା ପାଇଁ ବିଗ୍‌ ବି ଆମନ୍ତ୍ରଣ କରିଥିବା ଜଣାପଡ଼ିଛି। ବିଗ୍‌ ସେମାନଙ୍କ ପାଇଁ ଟ୍ରେନ୍‌ର ଏକ ବଗି ବୁକ୍‌ କରଛନ୍ତି, ଯାହାଦ୍ୱାରା ସେମାନେ ଆରାମରେ ମୁମ୍ବାଇ ପହଞ୍ଚି ପାରିବେ । ଏହା ପୂର୍ବରୁ ବିଗ୍‌ ବି ମହାରାଷ୍ଟ୍ରର ୩୫୦ କୃଷକଙ୍କ କରଜ ଶୁୁଝି ଥିବା ବେଳେ ସହିଦ୍‌ ଯବାନମାନଙ୍କ ଘରକୁ ଆର୍ଥିକ ସହାୟତା ରାଶି ପଠାଇଥିଲେ ।

ସୂଚନା ମୁତାବକ, ବିଗ୍‌ ବି ହୋଷ୍ଟ କରୁଥିବା ରିୟାଲିଟି ସୋ’ କୌନ୍‌ ବନେଗା କରୋଡ଼୍‍ପତିକୁ ମହାରାଷ୍ଟ୍ରର ଜଣେ କୃଷକ ଅନନ୍ତ କୁମାର ଆସିଥିଲେ । ତାଙ୍କ ଦୁଃଖ ଶୁଣିବା ପରେ କୃଷକମାନଙ୍କ କରଜ ଶୁୁଝିବାର ନିଷ୍ପତ୍ତିି ନେବା ସହ ଦେଶବାସୀଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଅପିଲ କରିଥିଲେ

By amfnews

Related Post