Sun. Oct 4th, 2026

ଦିଲ୍ଲୀରେ ୨ ଆତଙ୍କବାଦୀ ଥିବା ସନ୍ଦେହ; ଫଟୋ ପ୍ରକାଶ କଲା ପୁଲିସ୍‌

346 Views

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଦୁଇ ଜଣ ଆତଙ୍କବାଦୀ ଥିବା ସନ୍ଦେହ କରି ଦିଲ୍ଲୀ ପୁଲିସ୍‌ ମଙ୍ଗଳବାର ଦିଲ୍ଳୀବାସୀମାନଙ୍କୁ ସତର୍କ କରାଇଥିବା ସୂଚନା ରହିଛି। ଦୁଇ ଆତଙ୍କବାଦିଙ୍କର ଏକ ଫଟୋ ପ୍ରକାଶ କରି ଏମାନଙ୍କୁ ଧରିବାରେ ସାହାଯ୍ୟ କରିବା ପାଇଁ ପୁଲିସ୍‌ ଲୋକମାନଙ୍କୁ କହିଛି। ଏହି ଦୁଇ ଜଣକୁ ପାଇଲେ ପହରଗଞ୍ଜ ପୁଲିସ୍‌ ଷ୍ଟେସନ୍‌ରେ ୦୧୧-୨୩୫୨୦୭୮୭ କିମ୍ବା ୦୧୧-୨୩୫୨୪୭୪ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

ଫଟୋଟିରେ ଦେଖିବାକୁ ମିଳିିଛି ଯେ ଦୁଇ ଜଣ ଦାଢ଼ିଆ ବ୍ୟକ୍ତି ଏକ ମାଇଲ୍‌ଷ୍ଟୋନ୍‌ ପାଖରେ ଫଟୋ ପୋଜ୍‌ ଦେଇଛନ୍ତି। ମାଇଲ୍‌ଷ୍ଟୋରନ୍‌ରେ ଫିରୋଜପୁର ୯ କିଲୋମିଟର ଓ ଦିଲ୍ଲୀ ୩୬୦ କିଲୋମିଟର ଲେଖାଯାଇଛି। ସେମାନେ କଳା ରଙ୍ଗର କୁର୍ତ୍ତା ଓ ମୁସଲ୍‌ମାନମାନଙ୍କର ପାରମ୍ପରିକ ଟୋପି ପରିଧାନ କରିଛନ୍ତି।

ପଞ୍ଜାବଠାରେ ଥିବା ଭାରତ-ପାକିସ୍ତାନ ସୀମାନ୍ତରେ ଫିରୋଜପୁର ଅବସ୍ଥିତ। ଗତ ସପ୍ତାହରେ ସଂପୃକ୍ତ ଅଞ୍ଚଳରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ଉପସ୍ଥିତ ନେଇ ସୂୂଚନା ଜାରି କରାଯାଇଥିଲା। ସୂଚନା ରହିଛି ଯେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀମାନେ ଭାରତରେ ଏକ ବଡ଼ ଧରଣର ଆକ୍ରମଣ କରିବାର ଯୋଜନା କରିଛନ୍ତି।

By amfnews

Related Post