Fri. Apr 24th, 2026

ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଲା ଦୁର୍ଘଟଣା

211 Views

କେନ୍ଦ୍ରାପଡ଼ା : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ମହାଯାତ୍ରା।  ପୁରୀରୁ ଘରକୁ ଫେରିବା ବେଳେ କାଳ ହେଲା ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନବିହାର ଛକରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ କାର୍ ପିଟିହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଦ୍ୱୟ ହେଲେ ପ୍ରଣତି ପଣ୍ଡା ଓ ବିଜୟ ସାହୁ। ଦେବାଶିଷ ପଣ୍ଡାଙ୍କ ସମେତ ତାଙ୍କ ସାନପୁଅ ଓ ଜଣେ ସମ୍ପକୀୟଙ୍କୁ ଗୁରୁତର  ଅବସ୍ଥାରେ  ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦେବାଶିଷ  ବଡ଼ ପୁଅଙ୍କର କିଛି ହୋଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ,  ନୂଆବର୍ଷ ପାଇଁ ଦେବାଶିଷ ଓ ବିଜୟଙ୍କ ପରିବାର ଏକ କାର୍‌ ଯୋଗେ ପୁରୀ ଯାଇଥିଲେ। ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଓ କୋଣାର୍କ ବୁଲି ରାତିରେ ଘରକୁ ଫେରୁଥିଲେ। ତେବେ ଦୁହୁରିଆ ନୟନବିହାର ଛକରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିବାବେଳେ ଦେବାଶିଷଙ୍କ ସ୍ତ୍ରୀ ପ୍ରଣତିଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । କାର୍‌ରେ ଛଅ ଜଣ ଯାତ୍ରୀ ଥିଲେ।

By amfnews

Related Post