Thu. Jun 4th, 2026

ଟ୍ରକ୍‌ ଚକା ତଳେ ଚାପି ହୋଇଗଲା ବାଇକ୍‌

184 Views

ବାଲେଶ୍ୱର : ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବାମପଦା  ଛକରେ ଗତକାଲି ଏକ ଟ୍ରକ୍‌ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ନୀଳଗିରି ରାଜବରହମପୁର ଅଞ୍ଚଳର ମହେନ୍ଦ୍ର ସେଠୀ। ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମହେନ୍ଦ୍ର ରାତିରେ ଘରକୁ ଫେରୁଥିଲାବେଳେ ବାମପଦା ଛକରେ ଏହି ଦୁର୍ଘଟଣା ଘଟିଥିଲା।  ଟ୍ରକ୍‌ ଚକା ତଳେ ବାଇକ୍‌ ସହ ରହି ଚାପି ହୋଇଗଲେ ମହେନ୍ଦ୍ର। ଦୀର୍ଘ ଦିନ ଧରି ରାସ୍ତା କାମ ନସରିବା ଓ ବାମପଦ ଛକରେ ସର୍ବଦା ଟ୍ରାଫିକ ଅବ୍ୟବସ୍ଥା  ଲାଗି ରହିବାରୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ନିଆଁ ଜଳାଇ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିଥିଲେ।

ଖବର ପାଇ ପୁଲିସ୍‌ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିଲେ। ଅପରପକ୍ଷେ ରେଡକ୍ରସ୍‌ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

By amfnews

Related Post