Sat. Jun 13th, 2026

ମହଙ୍ଗା ପଡ଼ିଲା ଭାଉଜ ସହ ଅନୈତିକ ପ୍ରେମସଂପର୍କ, ବଡ଼ଭାଇର ତୀର ମାଡ଼ରେ ସାନଭାଇର ମୃତ୍ୟୁ

255 Views

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡିର ଲକ୍ଷ୍ମୀନାରାୟଣପୁର ଢିପା ସାହିରେ ଘଟିଛି ଅଭାବନୀୟ ଘଟଣା । ମହଙ୍ଗା ପଡ଼ିଲା ଭାଉଜ ସହ ଅନୈତିକ ପ୍ରେମସଂପର୍କ । ବଡ଼ଭାଇର ତୀର ମାଡ଼ରେ ସାନଭାଇର ମୃତ୍ୟୁ ।
ବର୍ଷେ ପୂର୍ବରୁ ସାନଭାଇ ଜିତୁ ମୁଣ୍ଡାର କକା ପୁଅ ବଡ଼ଭାଇ ଶଙ୍କର ମୁଣ୍ଡାର ସ୍ତ୍ରୀ ଗୁରୁବାରୀ ମୁଣ୍ଡା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାଇ ଶଙ୍କର ଏନେଇ ଜାଣିପାରି ଜିତୁ ମୁଣ୍ଡାକୁ ଏଥିରୁ ଓହରି ଯିବା ପାଇଁ ବାରମ୍ବାର ତାଗିଦ କରିବା ସତ୍ତ୍ବେ ବଡ଼ଭାଇର କଥାକୁ ଜିତୁ ଗୁରୁତ୍ବ ଦେଇନଥିଲା । ଗତ ୧୫ ଦିନ ତଳେ ଜିତୁ ମୁଣ୍ଡା ଭାଉଜ ଗୁରୁବାରୀକୁ ନିଜ ଘରେ ଆଣି ସ୍ତ୍ରୀ ଭାବରେ ରଖିଥିଲା । ଏଥିରେ ଶଙ୍କର ମୁଣ୍ଡା ଉତକ୍ଷିପ୍ତ ହୋଇଥିଲା । ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷା ରେ ବସିଥିଲା ଶଙ୍କର ।
ଗତକାଲି ଶଙ୍କରର ଭଣଜା ଟ୍ରାକ୍ଟର ଧରି ବିଲକୁ ହଳ କରିବା ପାଇଁ ଯାଇଥିଲା । ସେହି ଟ୍ରାକ୍ଟରରେ ଜିତୁ ଶ୍ରମିକ ଭାବେ କାମ କରି ଆସୁଥିଲା । ଜିତୁ ତା’ ନିଜ ଜମିରେ ହଳ କରିବା ପାଇଁ ଟ୍ରାକ୍ଟର ଡ୍ରାଇଭର୍ ପାଖକୁ ଯାଇଥିଲା । ଟ୍ରାକ୍ଟରରେ ତେଲ ସରିଯାଇଥିବାରୁ ଜିତୁ ଜମିରେ ହଳ କରିବା ପାଇଁ ଡ୍ରାଇଭର ମନା କରିବା ପରେ ଦିଜଣ ଟ୍ରାକ୍ଟରରେ ବସି ଘରକୁ ଫେରୁଥିଲେ।

ସବୁଦିନ ପରି ଶଙ୍କର ଘର ସାମ୍ନାରେ ଟ୍ରାକ୍ଟର ରଖି ଓହ୍ଲାଇବା ବେଳେ ସୁଯୋଗ ଉଣ୍ଡି ବସିଥିବା ଶଙ୍କର ଭାଇର ଛାତିକୁ ତୀରବୀଦ୍ଧ କରିଥିଲା । ଘଟଣାସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାରୀ ଭାଇ ଶଙ୍କର କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

By amfnews

Related Post