Thu. Aug 20th, 2026

ଭୂତାଣୁ ପ୍ରତି ଭୟ ନାହିଁ: ସାମାଜିକ ଦୂରତା ବିନା ଭିଏତନାମ ଷ୍ଟାଡିୟମ୍‌ରେ ଫୁଟ୍‌ବଲ୍ ଖେଳ ଦେଖିଲେ ୩୦ ହଜାର ଦର୍ଶକ

212 Views

ନୂଆଦିଲ୍ଲୀ: ସଫଳତାର ସହ କରୋନାଭାଇରସ୍ ସଂକ୍ରମଣ ଦମନ କରିବା ପରେ ଭିଏତନାମ ପୁଣି ଥରେ ଶୀର୍ଷସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ଆରମ୍ଭ କରିଥିବାରୁ ଶୁକ୍ରବାର ଦିନ ସାମାଜିକ ଦୂରତା ବଜାୟ ନ ରଖି ହଜାର ହଜାର ଦର୍ଶକ ଷ୍ଟାଡିୟମ୍‌ରେ ଗହଳି କରିଥିଲେ।

କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ମାର୍ଚ ମାସରେ ଭିଏତନାମର ପ୍ରଫେସ୍‌ନାଲ୍ ଲିଗ୍ ଫୁଟ୍‌ବଲ୍ ମ୍ୟାଚ୍‌ ସବୁ ବାତିଲ କରାଯାଇଥିଲା। କିନ୍ତୁ, କରୋନାଭାଇରସ୍‌ଜନିତ କୌଣସି ମୃତ୍ୟୁ ହୋଇ ନ ଥିବାରୁ ଏବଂ ସଂକ୍ରମଣ ସଂଖ୍ୟା ମାତ୍ର ୩୨୮ ଥିବାରୁ ଏହି କମ୍ୟୁନିଷ୍ଟ୍‌ ଦେଶ ପୁଣି ସ୍ବାଭାବିକତାକୁ ଫେରି ଅର୍ଥନୀତିକୁ ସଜାଡ଼ିବାକୁ ବ୍ୟଗ୍ର ହୋଇଉଠିଛି।

ଶୁକ୍ରବାର ଦିନ ଆୟୋଜତି ଫୁଟ୍‌ବଲ୍ ମ୍ୟାଚ୍ ଦେଖିବାକୁ ଭିଏତନାମର ନାମ ଦିନ ଷ୍ଟାଡିୟମରେ ପ୍ରାୟ ୩୦ ହଜାର ଦର୍ଶକ ସମାବେଶ ହୋଇଥିଲା। ଫୁଟ୍‌ବଲ୍ ଖେଳପ୍ରେମୀମାନେ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେଇଜଣ ଫେସ୍‌ ମାସ୍କ୍‌ ବାନ୍ଧିଥିଲେ।

ଷ୍ଟାଡିୟମ୍‌ ପ୍ରବେଶ ପଥମାନଙ୍କରେ ପ୍ରହରୀମାନେ ପ୍ରବେଶ କରୁଥିବା ଦର୍ଶକମାନଙ୍କର ଶରୀରର ଉତ୍ତାପ ମାପୁଥିଲେ। ସେଠାରେ ହ୍ୟାଣ୍ଡ୍‌ ସାନିଟାଇଜର୍ ମଧ୍ୟ ରଖାଯାଇଥିଲା। ଦର୍ଶକମାନଙ୍କୁ ଫେସ୍‌ ମାସ୍କ୍‌ ମଧ୍ୟ ବାନ୍ଧିବାକୁ କୁହାଯାଉଥିଲା।

ଭିଏତ୍ତେଲ୍ ଫାନ୍ ଦିନ୍ ଭାନ୍ ତାମ୍ ନାମକ ଜଣେ ଦର୍ଶକ କହନ୍ତି, ଭୂତାଣୁକୁ ଡରୁଥିଲେ ଆମେ ଆସି ନ ଥାନ୍ତୁ। ଭୂତାଣୁ ବିରୋଧରେ ସଂଗ୍ରାମ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଆମ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିଲା ଉତ୍ତମ।

ଦ୍ରୁତତ୍ତର କରୋନାଭାଇରସ୍ ପରୀକ୍ଷା, କେନ୍ଦ୍ରିତ କ୍ବାରେଣ୍ଟିନ୍ କାର୍ଯ୍ୟକ୍ରମ ଯୋଗୁଁ ଭିଏତନାମ ପ୍ରଶଂସାଭାଜନ ହୋଇପାରିଛି।

By amfnews

Related Post