Thu. Oct 15th, 2026

‘ମଣିକର୍ଣ୍ଣିକା’ ରିଲିଜ୍‌ ହେବା ଆଗରୁ ପ୍ରଯୋଜକଙ୍କୁ ପାରାଲିସିସ୍‌

513 Views

ମୁମ୍ବାଇ: କଙ୍ଗନା ରାନାଓ୍ଵତ୍‌ଙ୍କ ଅଭିନୀତ ନୂଆ ସିନେମା ‘ମଣିକର୍ଣ୍ଣିକା’ ରିଲିଜ୍‌ ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ଟିମ୍‌ ପାଇଁ ଏକ ଖରାପ ଖବର । ତାହା ହେଲା ଯେ ଏହି ସିନେମାର ପ୍ରଯୋଜକ କମଲ ଜୈନ୍‌ଙ୍କୁ ପାରାଲିସିସ ହୋଇଥିବା ଜଣାଯାଇଛି। ତାଙ୍କୁ ଏକ ଭେଣ୍ଟେଲେଟର୍‌ରେ ରଖାଯାଇଛି।


ଏ ସଂପର୍କରେ କମଲ ଜୈନ୍‌ ଟ୍ୟୁଟ୍‌ରରେ ସୂଚନା ଦେଇଥିଲେ ଯେ, ଏବେ ଦର୍ଶକଙ୍କ ଦ୍ୱାରା ଆଦୃତ ହେବ ‘ମଣିକର୍ଣ୍ଣିକା’ରେ କଙ୍ଗନା ରନାଓ୍ଵତଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଓ ନିହାର ପାଣ୍ଡ୍ୟା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହାର କାହାଣୀ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଧାରିତ। ଏହି ସିନେମାକୁ କରନୀ ସେନା ବିରୋଧ କରିବ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଲେକେନ୍ଦ୍ର କଲର୍ଭ ଏହାକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଲୋକେ ଅଯଥା ଏହାକୁ ବିବାଦରେ ଟାଣୁଛନ୍ତି। ଏହି ସିନେମା ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେଉଛି। ଏବେ କମଲଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି ‘ମଣିକର୍ଣ୍ଣିକା’ ଟିମ୍‌ ।

By amfnews

Related Post