Fri. Jul 3rd, 2026

କର୍ଣ୍ଣାଟକ ନାଟକ: କଂଗ୍ରେସ ହିଁ ନିଜର ବିଧାୟକଙ୍କୁ ଲୁଚାଇ ରଖିଥିଲା!

381 Views

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସହ ମେଣ୍ଟ କରି ଜେଡିଏସ୍‌ ସରକାର ଚଳାଉଛି। କିନ୍ତୁ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ଟଣାଓଟରା ଚାଲିଛି।ଏହାକୁ ନେଇ ଭାଜପା ନୁହେଁ ,ବରଂ ଦଳ ହିଁ ବିଧାୟକଙ୍କୁ ଲୁଚାଇ ରଖି ନାଟକ ରଚିଥିଲା ବୋଲି ଖବର ମିଳିଛି।
କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ପୂର୍ବରୁ ଜେଡିଏସ୍‌ରେ ଥିଲେ। ସେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ସରକାରକୁ ଅସ୍ଥିର କରିବାକୁ ଚାହୁଁଛନ୍ତି ସେ। ଏପରିକି କଂଗ୍ରେସ ଜେଡିଏସ୍‌ ସହ ମେଣ୍ଟରୁ ଓହରି ଆସିବା ଉଚିତ ବୋଲି ସିଦ୍ଧ ରମୈୟା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବୁଝାଇଥିଲେ। କାରଣ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଜେଡିଏସ୍‌ କଂଗ୍ରେସକୁ ହଇରାଣ କରିବ।

ଏହି କାରଣରୁ ସିଦ୍ଧ ରମୈୟା କଂଗ୍ରେସର କିଛି ବିଧାୟକଙ୍କୁ ଗାଏବ କରି ଦେଇଥିଲେ। ଏଥିରେ ଭୟଭୀତ ହୋଇ କୁମାରସ୍ୱାମୀ ଭାରତୀୟ ଜନତା ପାର୍ଟିର ବିଧାୟକମାନଙ୍କ ସହ ସଂପର୍କ ରଖିବା ଆରମ୍ଭ କରିଥିଲେ। କା’ଳେ ତାଙ୍କର ବିଧାୟକଙ୍କୁ କିଣିନେବେ କୁମାରସ୍ୱାମୀ,ଏଭଳି ଆଶଙ୍କା କରି ଭାଜପାର ମୁଖ୍ୟମନ୍ତ୍ରୀ ଆଶାୟୀ ବି.ଏସ୍‌ ୟେଦୁରପ୍ପା ସମସ୍ତ ଭାଜପା ବିଧାୟକଙ୍କୁ ଗୁରୁଗ୍ରାମର ଏକ ରିସୋର୍ଟରେ ରଖିଥିଲେ।

 

By amfnews

Related Post