Wed. Sep 9th, 2026

ଭୁବନେଶ୍ୱର ବରମୁଣ୍ଡା କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

370 Views

ଭୁବନେଶ୍ୱର , ଅକ୍ଟୋବର ୧୬ : ଦଶହରା ପାଇଁ ଟ୍ୱିନ୍ ସିଟି ଉତ୍ସବ ମୁଖର ଥିବା ବେଳେ ଗତକାଲି ରାତିରେ ବରମୁଣ୍ଡାରେ ବୋମାମାଡ ହୋଇଛି ।  ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ପାର୍ବଣ ପାଇଁ ବ୍ୟାପକ ସୁରକ୍ଷା ଓ ପ୍ରସ୍ତୁତି ସତ୍ତ୍ୱେ ରାଜଧାନୀ ଭଳି ସହରରେ ବୋମାମାଡ ହେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି ।

ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୧୧ ଟା ସମୟରେ କିଛି ଦୁର୍ବୃତ୍ତ ବରମୁଣ୍ଡା ଶିବ ମନ୍ଦିର ନିକଟରେ ଥିବା କମ୍ୟୁନିଟି ହଲକୁ ଲକ୍ଷ୍ୟ କରି ବୋମାମାଡ କରି ଫେରାର ହୋଇ ଯାଇଥିଲେ। ବୋମାମାଡ ଫଳରେ କମ୍ୟୁନିଟି ହଲର ମୁଖ୍ୟ ଫାଟକ ଭାଂଗି ଯାଇଥିବା ବେଳେ କୌଣସି ମୃତାହତ ହୋଇ ନ ଥିବା ଖବର ମିଳିଛି। ବୋମାମାଡର କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post