Sun. Jul 26th, 2026

ପୁଣି ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ, ୩ ଗିରଫ

558 Views

ରାଉରକେଲା , ଅକ୍ଟୋବର ୧୬ : ଅସୁରକ୍ଷିତ ହୋଇପଡ଼ିଛି ନାବାଳିକା। କାଟୁ କରୁନି ଆଇନ୍।  ପସ୍କୋ ଆଇନ ସଂଶୋଧନ ପରେ ମଧ୍ୟ ଦୁର୍ବୃତ୍ତମାନେ ବଳତ୍କାର କରିବାକୁ ପଛାଉନାହାନ୍ତି। ରାଜ୍ୟରେ ବାରମ୍ବାର ଦୁଷ୍କର୍ମ ଘଟଣା ଖବରକାଗଜର ଶୀର୍ଷରେ ଶୀରୋମଣ୍ଡନ କରୁଛି। ଏହି ପରିପ୍ରେକ୍ଷୀରେ ପୁଣି ଥରେ ଏହି ଘଟଣା ରାଉରକେଲା ବେଦବ୍ୟାସ ଅଂଚଳରେ ଘଟିଛି। ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବ୍ରାହ୍ମଣୀତରଙ୍ଗ ପୋଲିସ ଦ୍ୱାରା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ସମସ୍ତଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ନାବାଳିକା ଜଣକ ୧୩ ସଂଧ୍ୟାରୁ ୨ ଦିନ ଧରି ନିଖୋଜ ଥିଲେ। ଏ ନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବହୁ ଖୋଜାଖୋଜି କରିବା ପରେ ପୋଲିସ ନାବାଳିକାକୁ ଏକ ସ୍କୁଲ ପଛପଟ ଗଛବୁଦା ନିକଟରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ପୀଡିତା ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ରାଉରକେଲା ଆଇଜିଏଚ ମେଡିକାଲରେ ଭର୍ତି କରାଯାଇଛି।

By amfnews

Related Post